ବାରିପଦା, 25.01.2025 (ସନ୍ଧାନ ନିଉଜ୍):- ଜାତିସଂଘ (ୟୁଏନ)ଙ୍କ ଏକ ରିପୋର୍ଟ ଏବେ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ୨୦୨୫ ବେଳକୁ ଭୀଷଣ ପ୍ରଳୟ ହୋଇପାରେ। ଯେଉଁଥିରେ ଅନେକ ଧନ ଜୀବନ ହାନୀ ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି । ବିଶ୍ୱରେ ଅନେକ ନଦୀବନ୍ଧ ଯୋଜନା ପୁରୁଣା ହେଲାଣି। ସେଥିରୁ ଅନେକ ସେମାନଙ୍କ ସମୟସୀମା ପାର କରିସରିଥିଲେ ହେଁ ସେଥିପ୍ରତି କୌଣସି ଦେଶର ସରକାର ନଜର ଦେଉନାହାନ୍ତି। ସାରା ବିଶ୍ୱରେ ଏପରି ୫୮ ହଜାର ୭ଶହଟି ବିପଦପୂର୍ଣ୍ଣ ନଦୀବନ୍ଧ ଯୋଜନା ଆଗାମୀ ବର୍ଷମାନଙ୍କରେ ବିଶ୍ୱରେ ପ୍ରଳୟର କାରଣ ହୋଇପାରନ୍ତି ବୋଲି ୟୁଏନ ଆଶଙ୍କା କରିଛନ୍ତି । ବନ୍ଧର ବୟସ ବୃଦ୍ଧି ସହ ବଢୁଛି ବିପଦ ଜାତିସଂଘଙ୍କ ‘ଏଜିଂ ୱାଟର ଇନଫ୍ରାଷ୍ଟ୍ରକ୍ଚର ଏମର୍ଜିଂ ଗ୍ଲୋବାଲ ରିସ୍କ’ ଶିର୍ଷକ ଏହି ରିପୋର୍ଟକୁ କାନାଡାସ୍ଥିତ ଜଳ, ପରିବେଶ ଓ ସ୍ୱାସ୍ଥ୍ୟ ଏଜେନ୍ସି ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ନଦୀବନ୍ଧ ଯୋଜନା ୧୯୩୦ରୁ ୧୯୭୦ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଉଲ୍ଲେଖ କରିଛନ୍ତି। ଯେଉଁଗୁଡିକୁ ୫୦ରୁ ୧୦୦ ବର୍ଷ ଲାଗି ନିର୍ମାଣ କରାଯାଇଥିଲା। ସାରା ବିଶ୍ୱରେ ଏହିପରି ୫୮ ହଜାର ୭୦୦ଟି ନଦୀବନ୍ଧ ଯୋଜନା ଅଛନ୍ତି ଯେଉଁମାନଙ୍କ କାର୍ଯ୍ୟକାଳ ପୂରଣ ହୋଇସାରିଲାଣି ବୋଲି କୁହାଯାଇଛି । ଶହଶହ ନଦୀବନ୍ଧ ୫୦ ବର୍ଷରୁ ବି ଅଧିକ ପୂରଣା ରିପୋର୍ଟ ଅନୁସାରେ ସମିମେଣ୍ଟ କଂକ୍ରିଟର ନିର୍ମାଣ ସମ୍ଭବତଃ ୫୦ ବର୍ଷରେ ପୂରୁଣା ହୋଇଯାଇଥାଏ। ଏଣୁ ବେଳକୁ ବେଳ ଦୁର୍ବଳ ହେବା ଯୋଗୁ ଏପରି ନଦୀବନ୍ଧ ଯୋଜନା ଏବେ ସଭ୍ୟତା ଲାଗି ବିପଦ ଭାବେ ଉଭା ହୋଇଛନ୍ତି। ପୁରୁଣା ବନ୍ଧର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହେଉଥିବା ବେଳେ ଏହାର ଜଳ ଧାରଣ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ। ଏପରି ସ୍ଥଳେ ଜଳଭଣ୍ଡାର ନେଇ କୌଣସି ଦେଶ ଚିନ୍ତା ନ କରୁନଥିବା ବିପଦର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ପ୍ରଭାବିତ ହୋଇପାରେ ବୃହତ୍ତ ଜନସଂଖ୍ୟା: ଯୁକ୍ତରାଷ୍ଟ୍ର ବିଶ୍ୱବିଦ୍ୟାଳୟଙ୍କ ବିଶ୍ଲେଷଣ ଅନୁସାରେ ୨୦୫୦ ବେଳକୁ ବିଶ୍ୱର ଏକ ବୃହତ୍ତ ଜନସଂଖ୍ୟା ଏହି ସବୁ ନଦୀବନ୍ଧ ଯୋଜନା ତଳେ ବସବାସ କରୁଥିବେ। ଭାରତ, ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ଜମ୍ୱିଆର ନଦୀବନ୍ଧ ପର୍ଯ୍ୟବେକ୍ଷଣ ପରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ଏଥିରେ ମୋଟ ନଦୀବନ୍ଧ ଯୋଜନାର ୫୫ ପ୍ରତିଶତ ଅର୍ଥାତ ୩୨ ହଜାର ୭୧୬ଟି ବଡ ବନ୍ଧ ୪ଟି ଏସୀୟ ଦେଶ ଚୀନ, ଜାପାନ, ଭାରତ ଓ ଦକ୍ଷିଣ କୋରିଆରେ ଥିବା ସତର୍କ କରାଯାଇଛି। ଏଥିରୁ ଅଧିକାଂଶ ନିର୍ମାଣର ୫୦ ବର୍ଷ ପୂରଣ କରିସାରିଲେଣି। ଭାରତର ୧ ହଜାର ୧୧୫ ନଦୀବନ୍ଧ ବିପଦରେ ରିପୋର୍ଟ ଅନୁସାରେ କେବଳ ଭାରତରେ ୧ହଜାର ୧୧୫ଟି ନଦୀବନ୍ଧ ଯୋଜନା ଅଛି ଯାହାର ଆୟୁ ୫୦ ବର୍ଷ ପୁରଣ ହୋଇସାରିଲାଣି। ଏଥିରୁ ୪ ହଜାର ୨୫୦ଟି ନଦୀବନ୍ଧ୨୦୫୦ ବେଳକୁ ୫୦ ବର୍ଷ ପୂରଣ କରିସାରିଥିବେ। ସେତେବେଳେକୁ ଦେଶର ୬୪ଟି ବଡ ନଦୀବନ୍ଧ ଯୋଜନା ୧୫୦ ବର୍ଷ ପୂରଣ କରିସାରିଥିବେ। ମୂଲାପେରିୟର ଭାଙ୍ଗିଲେ ୩୫ଲକ୍ଷ ଲୋକେ ହେବେ ପ୍ରଭାବିତ: ଭାରତର ମୂଲପେରିୟାର ଡ୍ୟାମ୍ ସ୍ଥାପନାକୁ ୧୦୦ ବର୍ଷ ପୂରଣ ହୋଇଗଲାଣି। କେରଳରେ ସ୍ଥାପିତ ଏହି ନଦୀବନ୍ଧ ଯୋଜନା ଯଦି ସାମାନ୍ୟ ଭୌଗଳିକ ପରିବର୍ତ୍ତନର ବି ସମ୍ମୁଖୀନ ହୁଏ ତେବେ ୩୫ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପଡିଯାଇପାରେ ବୋଲି ଆଶଙ୍କା କରାଯାଇଛି।
ହୋଇପାରେ ମହାପ୍ରଳୟ! ସତର୍କ କଲେ ୟୁଏନ
|
January 25, 2021 |



