ରାଉରକେଲା, ୧୬/୧୨/୨୦୨୦ (ସନ୍ଧାନ ନିଉଜ): ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ରାଉରକେଲାରେ ରହୁଥିବା ବହୁ ବରଗଡ଼ ଅଂଚଳର ମୂଳବାସିନ୍ଦାଙ୍କୁ ନିରାଶ ହେବାକୁ ପଡ଼ିଛି । ଅନ୍ୟପକ୍ଷେ, ଧନୁସଂକ୍ରାନ୍ତି ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ଅନେକ ଦେବାଳୟ ଗୁଡ଼ିକରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଦେବାଳୟ ଭକ୍ତ ଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ କରୋନା ଯୋଗୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପ୍ରଶାସନ ପକ୍ଷରୁ ବାତିଲ କରି ଦିଆ ଯାଇଥିବାରୁ ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା କେତେକ ବରଗଡ଼ର ମୂଳବାସିନ୍ଦାଙ୍କୁ ନିରାଶ ହେବାକୁ ପଡ଼ିଛି । ଧନୁ ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟ ଉପାସନା କରିଥିଲେ । ଏହା ପରେ ଦେବାଳୟ ଗୁଡ଼ିକରେ ମୁଆଁ ପ୍ରସ୍ତୁତ ପହିଲି ଭୋଗ କରାଯାଇଥିଲା । ଏହି ମୁଆଁକୁ ଧନୁ ମୁଆଁ କୁହାଯାଇଥାଏ । ଏହି ମୁଆଁକୁ ଗୁଡ଼ିଆ ସଂପ୍ରଦାୟର କାରିଗର ମାନେ ସାଧାରଣତଃ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତିର ଏହାର ଚାହିଦା ସର୍ବାଗ୍ରେ ଥିବାରୁ ମୁଡ଼ି ମୁଆଁର ଆଦର ପ୍ରାୟ ସବୁଠି ଦେଖିବାକୁ ମିଳିଥାଏ । ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଅବା ସୂର୍ଯ୍ୟ ସଂକ୍ରାନ୍ତି ଭାବେ ପାଳନ କରାଯାଉଥିବା ବେଳେ, ସୂର୍ଯ୍ୟ ଏହି ଦିନ ଧନୁ ରାଶିରେ ପ୍ରବେଶ କରିବା ଯୋଗୁ ରୁତୁ ଚକ୍ରରେ ମଧ୍ୟ ପରିବର୍ତନ ହୋଇଥାଏ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏହି ପର୍ବକୁ ଲୋକେ ଘରେ ସାମାଜିକ ଦୂରତା ସହ ପାଳନ କରିବା ଦେଖିବାକୁ ମିଳିଥିଲା ।
ହେଲାନି ଧନୁ ଯାତ୍ରା,ଶ୍ରଦ୍ଧାଳୁ ନିରାଶ
|
December 16, 2020 |
