ବାରିପଦା, 17.01.2021(ସନ୍ଧାନ ନିଉଜ୍) : ଜ୍ୟୋତିଷଶାସ୍ତ୍ରରେ ଶନି ଗ୍ରହଙ୍କୁ ନ୍ୟାୟାଧୀଶ ବୋଲି କୁହାଯାଏ। ଜାନୁଆରୀ ୭ ତାରିଖରୁ ଶନିଦେବ ଅସ୍ତ ହୋଇଯାଇଛନ୍ତି। ବର୍ତ୍ତମାନ ଦେବ ଗୁରୁ ବୃହସ୍ପତି ମଧ୍ୟ ଅସ୍ତ ହେବାକୁ ଯାଉଛନ୍ତି | ଶନିଙ୍କ ସହ ବୃହସ୍ପତି ଗ୍ରହ ଅସ୍ତ ହେବାକୁ ଅନେକ ମାମଲାରେ ଅଶୁଭ ବୋଲି କୁହାଯାଏ। ଏହା ଶୁଭ ପରିଣାମ ଦେଇନଥାଏ। ବର୍ତ୍ତମାନ ବୃହସ୍ପତି ମକର ରାଶିରେ ଗୋଚର କରୁଛନ୍ତି। ସେ ଶନିଙ୍କ ସହ ଉପସ୍ଥିତ। ଏବେ ମକର ରାଶିରେ ଅନ୍ୟ ଦୁଇ ଗ୍ରହ ବୁଧ ଓ ସୂର୍ଯ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ଅର୍ଥାତ ମକର ରାଶିରେ ବର୍ତ୍ତମାନ ୪ଟି ଗ୍ରହର ଯୋଗ ରହିଛି। ଶନି ସୂର୍ଯ୍ୟଦେବଙ୍କ ପୁତ୍ର। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଶନିଙ୍କ ଘରକୁ ପ୍ରବେଶ କରିଛନ୍ତି କିନ୍ତୁ ଅସ୍ତ ଅଛନ୍ତି। ଜ୍ୟୋତିଷ ଗଣନା ଅନୁସାରେ ବୃହସ୍ପତି ଜାନୁଆରୀ ୧୭ ତାରିଖ ରବିବାର ସନ୍ଧ୍ୟା ୫ଟା ୫୨ ମିନିଟରେ ଅସ୍ତ ହେବେ। ପାଞ୍ଜି ଓ ଜ୍ୟୋତିଷ ଗଣନା ଆଧାରରେ ବୃହସ୍ପତି ଫେବୃଆରୀ ୧୪ ତାରିଖରେ ଉଦୟ ହେବେ। ବୃହସ୍ପତି ଉଦୟ ହେବାପରେ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତି ଓ ଶୁକ୍ର ଗ୍ରହ ଅସ୍ତ ହେଲେ ବିବାହ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ହୋଇନଥାଏ। ବୃହସ୍ପତି ଓ ଶୁକ୍ର ଗ୍ରହ ଅସ୍ତ ହେବାପରେ ବିବାହ କଲେ କିଛି ନା କିଛି ବାଧା ଉପୁଜିଥାଏ। ସେଥିପାଇଁ ଏହି ସମୟରେ ବିବାହ ବ୍ରତ ଭଳି ଶୁଭ କାର୍ଯ୍ୟ ଆୟୋଜନ ହୋଇନଥାଏ। ଶୁକ୍ର ପ୍ରେମ ଓ ଦାମ୍ପତ୍ୟ ଜୀବନର କାରକ। ଫେବୃଆରୀ ୧୬ ତାରିଖ ପରେ ଶୁକ୍ର ମଧ୍ୟ ଅସ୍ତ ହୋଇଯିବେ। ସେଥିପାଇଁ ବୃହସ୍ପତି ଓ ଶୁକ୍ର ଉଦୟ ହେବାପରେ ହିଁ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହେବ। ବୃହସ୍ପତି ଓ ଶୁକ୍ର ଅସ୍ତ ହେବାରୁ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା ସମେତ ସବୁ ରାଶିରେ ପ୍ରଭାବ ପଡିବ। ଏହି ସମୟରେ ଧନ ସମ୍ପତ୍ତି ମାମଲାରେ ସାବଧାନ ରହିବା ଆବଶ୍ୟକ।
ହେବନାହିଁ ଶୁଭ କାର୍ଯ୍ୟ, ଫେବୃଆରୀ ୧୪ ପରେ ହେବ ବିବାହ କାର୍ଯ୍ୟକ୍ରମ
|
January 17, 2021 |