ହେକେଟ ରୋଡ଼ ନୁହେଁ, ହଟହଟା ରୋଡ଼!

Spread the love

ରାଉରକେଲା: ୦୯/୮(ସନ୍ଧାନ ନିଉଜ) ବର୍ଷା ହେଉନଥିଲା, ହେଉନଥିଲା, ଏବେ ପୁରା କାଚି ଦେଉଛି । ସାରନଗରୀର ଗଳିକନ୍ଦି ଠାରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁଆଡ଼େ ଖାଲି ପାଣି ଆଉ ପାଣି । ଘରୁ ବାହାରକୁ ଇଚ୍ଛା ହେଲେ ମଧ୍ୟ, ବାହାରିବାକୁ ଜମା ଇଚ୍ଛା ହେଉନି । ସାରନଗରୀରେ ରହୁଥିବା କଲେଜ ଛାତ୍ର, ନୂଆକରି କଲେଜ ଯାଉଥିବାରୁ ଭାରି ଖୁସି । ଖୁସି ମନରେ ଆଟଲାସ ସାଇକେଲ ଖଣ୍ଡ ଧରି ବାହାରିଲା କଲେଜ । ମାତର, ହେକେଟ ରୋଡ଼ ପାରହେଲା ବେଳେ ତା’ର ଭେଳା ବୁଡ଼ିଲା । ଆରେ ଇଏ କଣ? ରାସ୍ତା ଦେଖାଯାଉନି! ରାସ୍ତାରେ ଖାଲି କୃତିମ ନଦୀ, ପୋଖରୀ । ବହୁ କଷ୍ଟରେ ସାଇକେଲ ଗଡ଼େଇ, ପ୍ୟାଂଟକୁ ମୋଡ଼ି ବହୁ ଡ଼େରିରେ ପହଂଚିଲା କଲେଜ । ପୁଣି ଘରକୁ ଫେରିବା ବେଳେ ମଧ୍ୟ ହେକେଟ ରୋଡ଼ରେ ସେହି ସମାନ ଶନିଦଶା ଭୋଗିଲା ଏହି ଛାତ୍ରଜଣଙ୍କ । ମନେ ମନେ ସେ ବ୍ରଜ ଶପଥ ନେଲାଯେ, ଯାହାବି ହେଉ, ବରଷା କାଳରେ କେବେ ହେଲେ ହେକେଟ ରୋଡ଼ ମାଟି ମାଡ଼ିବ ନାହିଁ । ତେଣିକି ଯାହା ପଛେ ହେଇଯାଉ!

Related Posts

About The Author

Add Comment