ହୃଦଘାତରେ ବରିଷ୍ଠ କିରାଣୀଙ୍କ ପରଲୋକ

ରସୁଲପୁର,୨୭/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଉନ୍ନୟନ ବିଭାଗର ବରିଷ୍ଠ କିରାଣୀ ରଞ୍ଜନ ବରାଳ(୫୩)ଙ୍କ ଆଜି ସକାଳେ ତାଙ୍କ ସରକାରୀ କ୍ୱାର୍ଟରରେ ହୃଦଘାତରେ ପରଲୋକ ଘଟିଛି । ତାଙ୍କ ମୃତୁ୍ୟକୁ ରସୁଲପୁର ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଘଟଣାରୁ ପ୍ରକାଶ ଯେ ସ୍ୱର୍ଗତ ବରାଳ ସକାଳେ ଗାଧୁଆ ଘରକୁ ଯାଇଥିଲେ । ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଗାଧୁଆ ଘରେ ପଡିଯାଇଥିଲେ । ପଦାକୁ ବାହାରିବାରେ ବିଳମ୍ବ ହେବାରୁ ପଡୋଶୀ ଗାଧୁଆ ଘର କବାଟ ଖୋଲି ଦେଖିଲା ବେଳକୁ ଶ୍ରୀ ବରାଳ ଅଚେତ ଅବସ୍ଥାରେ ପଡିଥିଲେ । ତାଙ୍କୁ ବ୍ଲକର କର୍ମଚାରୀମାନେ ତତ୍କ୍ଷଣାତ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । କିରାଣୀ ଶ୍ରୀ ବରାଳଙ୍କ ମୃତୁ୍ୟ ଖବର ପାଇଁ ସମଗ୍ର ବ୍ଲକ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକଙ୍କ ଶବ ବ୍ଲକ କାର୍ଯ୍ୟାଳୟରେ ପହଁଚିବାକ୍ଷଣି ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷା ସାରତି ଜେନା, ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଅସିତ୍ ପାତ୍ର, ତଥା ବ୍ଲକର ଅନ୍ୟ ସମସ୍ତ କର୍ମଚାରୀଗଣ, ସ୍ଥାନୀୟ ଲୋକେ ପହଁଚି ମରଶରୀରରେ ପୁଷ୍ପଗୁଚ୍ଚ ପ୍ରଦାନ କରିବା ଶେଷଦର୍ଶନ କରିଥିଲେ । ମୃତ କିରାଣୀଙ୍କ ଘର କଟକ ଜିଲା ଆଠଗଡ ଅଂଚଳର ଷଠିଲୋ ପଂଚାୟତ କୁଆଁଳ ଗ୍ରାମରେ ବୋଲି ଜଣାପଡିଛି । ସେ ଏକ ମେଳାପୀ ସ୍ୱାଭାବର ଲୋକ ଥିଲେ । ଘରେ ତାଙ୍କର ବୁଢା ମା,ବାପା, ପତ୍ନୀ ଓ ଝିଅ ପ୍ରମୁଖ ରହିଛନ୍ତି ବୋଲି ଜଣାପଡିଛି ।
Related Posts
About The Author