ହୀରାକୁଦ ଜଳ ଭଣ୍ଡାର ଜମି କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପତିତ କିଶମ ନ କରିବା ପାଇଁ ରେଙ୍ଗାଲି ତହସିଲଦାରଙ୍କୁ ଦାବି ପତ୍ର

Spread the love

ସମ୍ବଲପୁର/ସନ୍ଧାନ ନ୍ୟୁଜ/ବସନ୍ତ ରଣା:ରେଙ୍ଗାଲି ତହସିଲ ତରଫରୁ ପତ୍ର ସଂଖ୍ୟା ୧୦୮୮ ତା.୨୪.୧୨.୨୪ ମୌଜା ଖିଣ୍ଡା ଖାତା ନଂ. ୨୪୭ ଫୁଟ ନଂ ୧୬୭୬/୩୪୯ କିସମ ଜଳ ଭଣ୍ଡାର ଏ.୩.୫୮ ଡ଼ି କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପତିତ କିଶମ କରିବା ପାଇଁ ଗ୍ରାମବାସୀ ଙ୍କୁ ସର୍ବସାଧାରଣ ନୋଟିସ୍ ଦିଆଯାଇଥିଲା I ହେଲେ ଖିଣ୍ଡା ଗ୍ରାମବାସୀ ସେହି ଜମି ଗ୍ରାମର ସଂରକ୍ଷିତ ଜଙ୍ଗଳ ଭୁଗୋରା ଡୁଙ୍ଗୁରୀ ର ଅଂଶ ବିଶେଷ ଦର୍ଶାଇ ସେହି ଜାଗାରେ ଅନେକ ପ୍ରକାର ଗଛ ଅଛି, ଗ୍ରାମବାସୀ ମାନେ ବହୁ ବର୍ଷ ପୂର୍ବରୁ ସୁରକ୍ଷା କରି ଜିବନ ଜିବିକା ନିର୍ବାହ କରିଆସୁଥିବା କହିଛନ୍ତି I ଗ୍ରାମବାସୀ ହୀରାକୁଦ ନଦୀବନ୍ଧ ଯୋଜନା ଦ୍ଵାରା କ୍ଷତିଗ୍ରସ୍ଥ ଓ ବିସ୍ଥାପିତ ପରିବାର ର ଅନ୍ତରଭୁକ୍ତ I ସେହି ଜାଗାରେ ଗ୍ରାମବାସୀ ମାନେ କେଉଁ କାଳରୁ ମତ୍ସ୍ୟ ଚାଷ ଓ ପନିପରିବା ଚାଷ କରି ଆସୁଥିବାରୁ ସେହି ଜମି ଖାତା ନଂ. ୨୪୭ ଫୁଟ ନଂ ୧୬୭୬/୩୪୯ କିସମ ଜଳ ଭଣ୍ଡାର ଏ.୩.୫୮ ଡ଼ି କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ କିଶମ କୁ ପରିବର୍ତ୍ତନ ନ କରିବାକୁ ଗ୍ରାମବାସୀ ମାନେ ଆଜି ରେଙ୍ଗାଲି ତହସିଲଦାର ଙ୍କୁ ଲିଖିତ ଜଣାଇଛନ୍ତି ।ପୂର୍ବରୁ ଭୁଷଣ କମ୍ପାନୀ ଇନଟେକ୍ ଓ୍ବେଳ ନିର୍ମାଣ ସମୟରେ ଗ୍ରାମବାସୀଙ୍କ ଆନ୍ଦୋଳନ ର ଦୀର୍ଘ ୭୫ ଦିନ ପରେ ହୀରାକୁଦ ମେନ ଡ୍ୟାମ୍ ଅଧିକାରୀ , ରେଙ୍ଗାଲି ତହସିଲଦାର , କତରବଗା ଥାନାଧିକାରି ,ଭୁଷଣ କମ୍ପାନୀ ଓ ଗ୍ରାମବାସୀ ଙ୍କ ବିବାଦ ଦେବଗଡ଼ ର ପୂର୍ବତନ ଏମ୍ ପି ତଥା ବର୍ତ୍ତମାନର ସମ୍ବଲପୁର ସାଂସଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀମାନ ଧର୍ରମେନ୍ଦ୍ର ପ୍ରଧାନ ଦ୍ରୁଷ୍ଟି ଆର୍କଷଣ ପରେ ସମାଧାନ ପାଇଁ ସମ୍ବଲପୁର ଜିଲ୍ଲାପାଳ ବିଶାଳ ଗଗନ ଙ୍କ  ଅଧ୍ୟତାରେ  ବୈଠକ ଅନୁଷ୍ଠିତ ହୋଇଥିଲା l ପରେ ସମସ୍ତଙ୍କ ସୀମା ଚିହ୍ନଟ କରିବାରୁ ଜଣାଗଲା ଯେ, ଗ୍ରାମବାସୀ ଙ୍କ  ଜଙ୍ଗଲ ହୀରାକୁଦ ଡ୍ଯାମ ପୂର୍ବୁରୁ ଥିଲା , ଡ୍ୟାମ ନିର୍ମାଣ ସମୟ ରେ ଗ୍ରାମ୍ୟ ଜଙ୍ଗଲ ଭୋଗରା ଡୁଙ୍ଗୁରୀ କୁ ବାଦ୍ ପଡିଥିବା ସ୍ବୀକାର କରିଥିଲେ ଡ୍ୟାମ୍ କତ୍ରୁପକ୍ଷ  l ସେହି ସମୟରେ  ଜଙ୍ଗଲ ଉପରେ କୈଣସି ମୁଖ୍ୟ ରାସ୍ତା ନଥିଲା, କେବଲ ଚଲାପଥ ରାସ୍ତା ଥିଲା l ଭୁଷଣ କମ୍ପାନୀ ଇନଟେକ୍ ଓ୍ବେଳ ନିର୍ମାଣ ସମୟରେ ରାସ୍ଥା ତିଆରି କରା ହେଳା l ୬୩୨ ରୁ ଉପରେ ଥିବା ଗ୍ରାମ୍ୟ ଜଙ୍ଗଲ ଭୁଗୁରା ଡୁଙ୍ଗୁରୀ ଖିଣ୍ଡା ଗ୍ରାମବାସୀ ଙ୍କ ତତ୍ବାବଧାନରେ ସୁରକ୍ଷା କରାଯାଉଥିବା ସ୍ବୀକାର ପରେ ଗ୍ରାମର ୮୫ ପରିବାର ଙ୍କୁ ଚାକିରି ସହିତ ଜର୍ଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ସହିତ ଅନ୍ୟାନ୍ୟ ସୁବିଧା ଦେବାପାଇଁ ଭୁଷଣ କମ୍ପାନି ବାଧ୍ୟ ହୋଇଥିଲା lଆଜି ଏହି ଦାବି ପତ୍ର ଦେବା ସମୟରେ ପୂର୍ବତନ ଜଙ୍ଗଲ ସଭାପତି ତଥା ବର୍ତ୍ତମାନର ସମ୍ପାଦକ ହେମନ୍ତ ରାଉତ, ମନବୋଧ ବିଶ୍ଵାଳ,ଛବିଲ ଚନ୍ଦ୍ର ବିଶି,ପରମାନନ୍ଦ ମେହେର, ଚିନ୍ତାମଣି ରାଉତ,ଅବଧୁତ ଖମାରୀ, ଅନ୍ତରାମ ମେହେର, ରବିଚନ୍ଦ୍ର ରାଉତ, ରାଧେଶ୍ୟାମ ସେଟ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ରେଙ୍ଗାଲି ତହସିଲଦାର ତକ୍ଷରାଜ ଭିତରିଆ ଶୁଣାଣି ସମୟରେ ଜଣାଇବେ ବୋଲି ଗ୍ରାମବାସୀ ଙ୍କୁ କହିଛନ୍ତି l

Related Posts

About The Author

Add Comment