ହୀରାକୁଦର ଡ୍ୟାମ୍ ଦ୍ୱୀପାଞ୍ଚଳର ବିକାଶ ମହୀଶୂର ଶୈଳୀରେ ହେବ

Spread the love

ଭୁବନେଶ୍ୱର, ୨୩/୦୧/୨୦ (ସନ୍ଧାନ ନିଉଜ) : ହୀରାକୁଦ ଡ୍ୟାମର ନିମ୍ନଦେଶରେ ଥିବା ଦ୍ୱୀପାଞ୍ଚଳର ବିକାଶ କରାଯିବ। ମହୀଶୂରର ବୃନ୍ଦାବନ ଗାର୍ଡେନ୍ ଶୈଳୀରେ ଏହି ୩୦୦ଏକରର ଦ୍ୱୀପାଞ୍ଚଳକୁ ବିକାଶ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ଭିତ୍ତିଭୂମି ସୁବିଧା ନିମନ୍ତେ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଗତ ମାସରେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାରଙ୍କୁ ଚିଠି ଲେଖି ପର୍ଯ୍ୟଟନ ଦୃଷ୍ଟିରୁ ବିକାଶ ହେବାକୁ ଥିବା ଏହି ମାଷ୍ଟର ପ୍ଲାନକୁ ଅନୁମୋଦନ କରିବାକୁ ଅନୁରୋଧ କରିଛନ୍ତି। ପର୍ଯ୍ୟଟନ ସଚିବଙ୍କ ଚିଠି ଉପରେ ପଦକ୍ଷେପ ନେଇ ମାଷ୍ଟର ପ୍ଲାନ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Posts

About The Author

Add Comment