ପୁରୀ, ୧୫/୧୨(ସନ୍ଧାନ ନିୟୁଜ): ରାଭ୍ୟର ବିଶିଷ୍ଠ ଚଳଚିତ୍ର ଅଭିନେତା, ମଂଚ କଳାକାର, ନିର୍ଦ୍ଦେଶକ, ହାସ୍ୟରସିକ ନିତ୍ୟାନନ୍ଦ ଦାଶ ଆଉ ନାହାନ୍ତି ଗତକାଲି ଅପରାହ୍ନରେ ସଦର ମହକୁମା ଚିକିତ୍ସାଳୟରେ ତାଙ୍କର ୮୩ ବର୍ଷ ବୟସ ରେ ମୃତ୍ୟୁ ଘଟିଥିଲା। ଗତ କିଚି ଦିନ ଧରି ସେ ଅସୁସ୍ଥ ଥିଲେ।ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସ୍ୱର୍ଗତ ଦାଶଙ୍କ ଏନ୍ତୁଡି ଶାଳ ଥିଲା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପୁରୀ। ତାଙ୍କର ମୃତ୍ୟୁ ଖବର ସହରରେ ପ୍ରଚାରିତ ହେବା ପରେ କଳାକାର, ଅଭିନେତା, ଓ ବିଭିନ୍ନ ବର୍ଗର ଭଦ୍ରବ୍ୟକ୍ତି ଭଦ୍ର ମହିଳା ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଚିଂଥିଲେ। ସିନେ ନାଟକ ଜଗତର ସେ ଜଣେ ଜଣାଶୁଣା ଚରିତ୍ର ଥିଲେ। ସେ ୫୦ ରୁ ଉର୍ଦ୍ଧ ଓଡିଆ, ହିନ୍ଦୀ ଓ ବଙ୍ଗଳା ଚଳଚିତ୍ର ରେ ଅଭିନୟ କରିଛନ୍ତି। ତାଙ୍କ ଅଭୀନିତ ଚଳଚିତ୍ର ଗୁଡିକ ହେଲା ପତିତପାବନ, ପୂର୍ଣ୍ଣମିଳନ, ରକ୍ତଗୋଲାପ, ପରଦେଶୀ ଚଢେଇ, ଜନ୍ମଦାତା, ମଥୁରା ବିଜୟ, ତ୍ରିନାଥ ମେଳା, ଯା ଦେବୀ ସର୍ବ ଭୂତେଷୁ ଆଦି ଚଳଚିତ୍ର ରେ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଗଢିପାରିଥିଲେ।ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ମାନୀତ ହୋଇଥିଲେ। ତାଙ୍କର ମର ଶରୀରକୁ ଏକ ଶୋକାକୁଳ ପଟ୍ଟୁଆରରେ ସ୍ୱର୍ଗଦ୍ୱାର କୁ ନିଆଯାଇଥିଲା।
ଓଡ଼ିଆ ପୁଅ


