ହାଭାର୍ଡ, ଅକ୍ସଫୋର୍ଡଠୁ କମ୍ ନୁହେଁ ଉତ୍କଳ : ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନରେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ

Spread the love

ଭୁବନେଶ୍ୱର ୨୫/୧୧ (ସନ୍ଧାନ ନିୟୁଜ) : ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ହେଲେ ଆମ ରାଜ୍ୟ ଓଡିଶା ତଥା ଅର୍ଥନୀତି କ୍ଷେତ୍ରରେ ଫାଇଦା ହୋଇପାରିବ । ନେତୃତ୍ୱ ବିନା ସମାଜ ବା ସଙ୍ଗଠନ ଆଗେଇ ପାରିବ ନାହିଁ । ବିଶ୍ୱବିଦ୍ୟାଳୟରୁ ଆମେ ବହୁତ କିଛି ଶିଖିବା ସହ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇପାରୁଛୁ । ଏହାର ଦାୟିତ୍ୱ ନେବାର ସମୟ ଆସିଛି । ଉକôଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ତଥା ନୂଆ ଓଡିଶା ନିର୍ମାଣରେ ଅଗ୍ରଦୂତ ହେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡା । ବିଶେଷ ଭାବରେ ପୁରାତନ ଛାତ୍ରଛାତ୍ରୀ ଏଥିପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ରବିବାର ଉକôଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉସôବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ପୁରାତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଉକôଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତି ଅବସରରେ ରବିବାର ପୁରାତନ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ଉସôବ ‘ମହାମିଳନ’ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେଇ କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଗୋଟିଏ ଆଲୁମିନି ଆସୋସିଏସନ କର୍ପସ ଫଣ୍ଡ ଖୋଲିବା ଦରକାର । ସେହି ଫଣ୍ଡକୁ ପ୍ରଥମେ ନିଜର ବର୍ଷକର ଦରମା ପ୍ରଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସହଯୋଗରେ ୫ ହଜାର ଛାତ୍ରଛାତ୍ରୀ ବସିବା ଭଳି ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ହଷ୍ଟେଲର ପୁନଃ ନିର୍ମାଣ ଓ ଶୈାଚାଳୟର ମରାମତି ଦିଗରେ କାମ କରିବାକୁ କେନ୍ଦ୍ରମନ୍ତ୍ରୀ କୁଳପତିଙ୍କୁ ଅନୁରୋଧ କରିଥିଲେ । ଏଥିପାଇଁ ଆର୍ଥିକ ସହାୟତା ଭାରତ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି କହିବା ସହ ଅନ୍ୟମାନେ ସହଯୋଗ କରିବାକୁ ସେ କହିଥିଲେ । ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା , କ୍ରୀଡା କ୍ଷେତ୍ରରେ ଭିତିଭୂମିର ବିକାଶ ସହ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଅଧିକ ସୁବିଧା ପ୍ରଦାନ ନିମନ୍ତେ କର୍ତୃପକ୍ଷଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ପୁରାତନ ଛାତ୍ରସଂଘର ଆବାହକ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରି ଉକôଳକୁ ବିଶ୍ୱସ୍ତରୀୟ ମାନ୍ୟତା ନେଇ ଗୁରୁତ୍ୱାରୋପ କରିଥିଲେ । କୁଳପତି ପ୍ରଫେସର ସୈାମେନ୍ଦ୍ର ମୋହନ ପଟ୍ଟନାୟକ ସ୍ୱାଗତଭାଷଣ ଦେଇ କହିଥିଲେ ଏହି ବିଶ୍ୱବିଦ୍ୟାଳୟ ନୂତନ ସନ୍ଧାନ ଦିଗରେ ସର୍ବଦା କାର୍ଯ୍ୟ କରୁଛି । ପ୍ଲାଟିନମ୍ ଜୁବୁଲି ଅବସରରେ ସମସ୍ତଙ୍କୁ ଯୋଡିବାର ପ୍ରୟାସ କରିଛୁ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଉଚଶିକ୍ଷା ମନ୍ତ୍ରୀ ତଥା ପୁରାତନ ଛାତ୍ର ଅରୁଣ କୁମାର ସାହୁ କହିଥିଲେ ନକାରାତ୍ମକକୁ ସକାରାତ୍ମକ କରିବାର ଶକ୍ତି ଉକôଳ ଛାତ୍ରଛାତ୍ରୀଙ୍କଠାରେ ରହିଛି । ଏହି କାର୍ଯ୍ୟକ୍ରମ ଶେଷ ନୁହେଁ ଏହା କେବଳ ଆରମ୍ଭ ମାତ୍ର । ବିଶ୍ୱବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି ବର୍ତମାନ ତାକୁ ଫେରାଇବାର ସମୟ ଆସିଛି । କର୍ପସ ଫଣ୍ଡ ଗଠନ ସହ ସମସ୍ତ ପ୍ରାକ୍ତନ ବିଦ୍ୟାର୍ଥୀ ସହଯୋଗର ହାତ ବଢ଼ାଇବାକୁ ମନ୍ତ୍ରୀ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଉକôଳ ହେଉଛି ଭାରତର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । ଏହାର ବିକାଶ ନିମନ୍ତେ ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବିଶ୍ୱବିଦ୍ୟାଳୟର ଉନ୍ନତିରେ ସମସ୍ତେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ପ୍ରଫୁଲ୍ଲ ଘଡେଇ, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଯୋଗଦେଇ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଅବଦାନ ଓ କ୍ୟାମ୍ପସ୍ ଅନୁଭୂତି ସମ୍ପର୍କରେ ଆଲୋକପାତ କରିବା ସହ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।କାର୍ଯ୍ୟକ୍ରମରେ କୁଳସଚିବ ଦୟାନିଧି ନାୟକ, ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ପ୍ରାୟ ଦଶ ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

‘କ୍ୟାମ୍ପସ୍ ମୋ ପ୍ରେରଣା

ିିହାଭାର୍ଡ, ଅକ୍ସଫୋର୍ଡ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ବୁଲିବାବେଳେ ଇକôଳ ବିଶ୍ୱବିଦ୍ୟାଳୟ କଥା ମୋର ମନେପଡେ । ଅନ୍ୟ ବିଶ୍ୱବିଦ୍ୟାଳୟଠାରୁ ଏହା କୌଣସି ଗୁଣରେ କମ ନୁହେଁ ବୋଲି କେନ୍ଦ୍ରମନ୍ତୀ ଶ୍ରୀପ୍ରଧାନ କହିଥିଲେ । ଏହି ଅବସରରେ ସେ ନିଜ ପାଠପଢ଼ା ସମୟର ଅନୁଭୂତି ବଖାଣିବା ସହ ଛାତ୍ର ସଂସଦ ନିର୍ବାଚନ କଥା ମଧ୍ୟ ମନେ ପକାଇଥିଲେ । ପ୍ରଶାସନ, ସାହିତ୍ୟ, କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତତ୍ୱଙ୍କର ଲମ୍ବା ସଫଳତା ଯାତ୍ରାର ଆଦିଭୂମି ହେଉଛି ଏହି କ୍ୟାମ୍ପସ୍ । ମୋ ଜୀବନର ମୂଳଦୁଆ ଦୃଢ଼ କରିବାରେ ଏହି କ୍ୟାମ୍ପସ୍ ନୂଆ ପ୍ରେରଣା ଓ ଉସôାହ ଦେଇଥିଲା ।

ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସ୍ର ପବିତ୍ର ମାଟି ପାଇଁ ହୋଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

ରାଜ୍ୟର ୧୦୦ କୁ କେନ୍ଦ୍ରର ୧୦୧ କୋଟି

ପ୍ଲାଟିନମ୍ ଜୁବୁଲିର ପ୍ରଥମ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକôଳ ବିଶ୍ୱବିଦ୍ୟାଳୟକୁ ଶହେ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ରବିବାର ପୁରାତନ ଛାତ୍ରଛାତ୍ରୀଙ୍କ ‘ମହାମିଳନ’ ସଭାକୁ ସମ୍ବୋଧି୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଖ୍ୟମନ୍ତ୍ରୀ ଶହେ କୋଟି ସହାୟତା ଘୋଷଣା କରିଥିବାରୁ ପୁରାତନ ଛାତ୍ର ଭାବେ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।
କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ପ୍ରୟାଶ କରୁଛନ୍ତି । ରୁସା ପାଣ୍ଡି ମାଧ୍ୟମରେ ମଧ୍ୟ ଉନ୍ନୟନମୂଳକ କାମ କରାଯାଇଛି । ତେବେ ସମ୍ପୁର୍ଣ୍ଣ ଭାବେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଆଣିବା ପାଇଁ ମୋର ବନ୍ଧୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରୁଛି । ରାଜ୍ୟ ସରକାର ସମ୍ପୁର୍ଣ୍ଣ ଅର୍ଥ ଦେଇସାରିବା ପରେ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ମୁଁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୧ କୋଟି ଟଙ୍କା ସହାୟତା ଆଣିବାକୁ ପ୍ରୟାସ କରିବି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Related Posts

About The Author

Add Comment