ଜେନାପୁର/୨୫/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ/ଚଳିତ ବର୍ଷ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ରରୁପ ନେଇଥିବା ବେଳେ । ଗ୍ରାମୀଣ ବଜାର, ଛକ ସ୍ଥାନ, ହାଟ, ମନ୍ଦିର, ଦୋକାନ ଆଦି ବିଵୋଧିକରଣ ବେଶ ଜରୁରୀ ହୋଇ ପଡ଼ିଥିବା ବେଳେ। ଏହି ଘଡିସନ୍ଧି ମୁହୂର୍ତ୍ତରେ କେବେଳ ସରକାର ଓ ପ୍ରଶାସନ ଙ୍କ ଉପରେ ଦାଇତ୍ୱ ଲଦିଦେଲେ ହେବ ନାହିଁ। ନିଜ ଅଞ୍ଚଳର ସୁରକ୍ଷା ପାଇଁ ନିଜେ ଅଣ୍ଟାଭିଡ଼ିବା ଆବଶ୍ୟକ ନହେଲେ ପରିସ୍ଥିତି ସାଙ୍ଘାତିକ । ଆମେ ଆମ ସରକାର ଓ ପ୍ରଶାସନ ସହିତ ଏହି ମହାମାରୀ ସଂଗେ ଲଢ଼ିବାକୁ ହେବ ଆମ ଦେଶ ଆମ ରାଜ୍ୟ ଆମ ଗାଁ କୁ ଭୟଙ୍କର ଭୁତାଣୁ ଭୟରୁ ରକ୍ଷା କରିବାକୁ ହେବ । ଆପଣ ଯୋଉଠି ବି ଅଛନ୍ତି ସେ ପରିବେଶର ଦାଇତ୍ୱ ନିଅନ୍ତୁ ନିଜେ ନିଜେ ପରିବାର, ସାଙ୍ଗସାଥି, ଶତ୍ରୁ ମିତ୍ର ସମସ୍ତ ଙ୍କ ଜୀବନ ସୁରକ୍ଷା ରେ ସହଭାଗୀତ ରଖନ୍ତୁ ବୋଲି ଯାଜପୁର ଜିଲ୍ଲାର ସଚେତନ ନାଗରିକ ମଞ୍ଚର ଛକ ବଜାର ବୁଲି ଆହ୍ୱାନ ଦେବାସହ ସ୍ଥାନୀୟ କବାଟବନ୍ଧ ବଜାର,ବ୍ରାହ୍ମଣୀ ବ୍ରିଜି ବଜାର,ନିକଟରେ ଥିବା ସପ୍ତାହିକ ପରିବା ହାଟ ସହ ସବୁ ଛକ ବଜାରରେ ବୁଲି ବୁଲି ସାନିଟାରୀ କରିଥିଲେ ।ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ମଞ୍ଚର ଉପଦେଷ୍ଟା ଶ୍ରୀ ପରମା ନନ୍ଦ ସାହୁ ଙ୍କ ସହ ମଞ୍ଚର ଆବାହକ ଶ୍ରୀ ସରୋଜ କାନ୍ତ ବେହେରା କହିଛନ୍ତି ।ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକରିଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ ଅଞ୍ଚଳ ବାସୀ ସ୍ୱାଗତ ଜଣାଇଥିଲେ ।
ହାଟ ବଜାର ବୁଲିବୁଲି ବିଶୋଧନ କରିବା ସହ କରୋନା ସଚେତନତା କଲା ସଚେତନ ନାଗରିକମଞ୍ଚ ,
|
April 25, 2021 |