ହାଜି ଇଦ୍ରିସ୍ ମହମ୍ମଦ ମେମୋରିଆଲ ରାତ୍ରିକାଳୀନ ଭଲି ଟୁର୍ଣ୍ଣାମେଣ୍ଟ ଉଦଯାପିତ

Spread the love
କୋରାଇ, ୨୨/୦୨ (ସନ୍ଧାନ ନିୟୁଜ୍/ସେକ ଆଜମିରି ଅଲ୍ଲୀ) ଯାଜପୁର ଜିଲ୍ଲା କୋରାଇ ବ୍ଳକ କୋରାଇ ମେଲଣ ପଡ଼ିଆ ଠାରେ  ହାଜି ଇଦ୍ରିସ୍ ମହମ୍ମଦ ମେମୋରିଆଲ  ରାତ୍ରିକାଳୀନ ଭଲି ତୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଯାଇଛି ସରପଞ୍ଚ ଶ୍ରୀ ରବୀନ୍ଦ୍ର କୁମାର ଗାହାଣଙ୍କ ନେତୃତ୍ୱରେ କୋରାଇ ୟୁଥ କ୍ଲବ ପକ୍ଷରୁ ଭଲି ବଲ ତୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।ଏଥିରେ ପାଖାପାଖି ପ୍ରାୟ ୮ ଖେଳାଳି ଦଳ ଭାଗ ନେଇଥିଲେ ସେମାନେ ହେଲେ କୋରାଇ,ଉଦୟ ଗିରି, ନଗୁଆ, କୋଗାଁ,ସୁକିନ୍ଦା, ରଘୁପୁରୁ, ଦେଓଦା ,ନିମ ପଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ରାତ୍ରି କାଳୀନ ଖେଳ ହେଉଥିବାରୁ ଆଖ ପାଖରୁ ବହୁ ଖେଳ ପ୍ରମିଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଖେଳାଳି ମାନେ ମଧ୍ୟ ବହୁତ ଭଲ ଖେଳ ପଦର୍ଶନ କରିଥିଲେ । ଶେଷରେ କୋରାଇ ଓ ନଗୁଆକୁ ଫାଇନାଲରେ ପହଁଞ୍ଚିଥିଲେ  ନଗୁଆକୁ ପଛରେ ପକାଇ କୋରାଇ ବିଜୟ ହାସଲ କରିଥିଲା । ଏବଂ ଶେଷରେ ବିଜୟ ଓ ପରାଜୟ ଖେଳାଇ ବନ୍ଧୁ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ,ଖେଳଟିକୁ ବହୁ ଦର୍ଶକ ମାନେ ଆସି ବେସ ଆନନ୍ଦରେ ଖେଳକୁ ଉପଭୋଗ କରିଥିଲେ ଏବଂ ବହୁ ଶାନ୍ତି ସୁଙ୍ଖଳାରେ ଭଲି ବଲ ତୁର୍ଣ୍ଣାମେଣ୍ଟ ସମାପ୍ତ ହେଇଥିଲା ।

Related Posts

About The Author

Add Comment