ଡ଼ିବିଏଲର ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ, ଝିଅ ଗୁରୁତର ଆହତ; ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ,

Spread the love

ଚଣ୍ଡିଖୋଲ, ୧୧/୦୪ (ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା ଚଣ୍ଡିଖୋଲ  ୧୬ ନମ୍ବର ଜାତୀୟ ରାଜପଥ ନେଉଳୁପୁରୁ ଛକ ନିକଟରେ ଆଜି ସକାଳ ପ୍ରାୟ ୯ ଟା ସମୟ ହେବ ଏକ ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ବର୍ଷର ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି ମୃତକ ସ୍ୱାମୀ ସ୍ତ୍ରୀ ମୟୁରଭଞ୍ଜ ଅଞ୍ଚଳର ବୋଲି ଜଣା ପଡ଼ିଛି । ସୂଚନାରୁ ପ୍ରକାଶ ଏକ ବଜାଜ୍ ଡିସ୍ କଭର ବାଇକ ବାଇକ ଯାହାର ନମ୍ବର ହେଲା ଓ ଡି ୧୧ ଏ( ୬୦୪୧)ଯୋଗେ ଜାରକା ଅଭିମୁଖେ ବାରିପଦା ଯାଉଥିଲା ବେଳେ ନେଉଳୁପୁରୁ ଛକ ନିକଟରେ ରାସ୍ତା ଯାମ ଥିବା କାରଣରୁ ଡି ବି ଏଲ୍ କମ୍ପାନୀର ଏକ ହାଇୱା (MP39-H-0690) ରଙ୍ଗ୍ ରୁଟ୍ ରେ ଆସି ମଟର ସାଇକେଲ ଟିକୁ ଶକ୍ତ ଧକ୍କା ଦେଇଥିଲା ଫଳରେ ସ୍ୱାମୀ ସ୍ତ୍ରୀ ସହିତ  ସାଙ୍ଗରେ ଥିବା ୭ ବର୍ଷୀୟ ଝିଅଟି କିଛି ବାଟରେ ଛିଟିକ୍ ପଡିଯାଇଥିଲେ ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତ୍ୱପୂର୍ଣ୍ଣ ଆହାତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ମୃତକ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବଡ ଦେହୁରୀ ଗ୍ରାମର ଲକ୍ଷ୍ମୀକାନ୍ତ ମାଟିଆ (୨୮) ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ମାଟିଆ (୨୪) ବୋଲି ଜଣା ପଡିଥିବା ବେଳେ ଝିଅ ଗାୟତ୍ରୀ (୧୦)ଗୁରୁତର ଅବସ୍ଥାରେ କଟକ ପଠାଯାଇଥିବା ସୂଚନା ମିଳିଛି I ଲକ୍ଷ୍ମୀକାନ୍ତ  ଭୁବନେଶ୍ୱର ଉତ୍କଳ ବିଲଡର ରେ କାର୍ଯ୍ୟ କରୁଥିବା ଜଣାପଡିଛି I ତେବେ ଦୀର୍ଘ ଦିନରୁ ଜାତୀୟ ରାଜପଥ କାର୍ଯ୍ୟ କୁ ଡିବିଏଲ ନେଇଥିବା ବେଳେ କାର୍ଯ୍ୟ ସରୁନାହିଁ. I ଅପର ପଟରେ ନିଜର ମନମୁଖୀ ଗାଡି ଚାଲାଣ କରିବା ପାଇଁ ଅନେକ ସମୟ ରେ ଅନେକ ଲୋକଙ୍କ ଜୀବନ ଯାଉଛି I ତୁରନ୍ତ ଡି ବି ଏଲ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜନସାଧାରଣ ଦାବି କରିଛନ୍ତି I 

;

Related Posts

About The Author

Add Comment