ରସୁଲପୁର,୨୪/୩ (ସନ୍ଧାନ ନିୟୁଜ) ଯାଜପୁୟର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମହେଶ୍ୱରପୁର ପଂଚାୟତ ନିକଟରେ ଆଜି ପୂର୍ବାହ୍ନ ପ୍ରାୟତଃ ସାଢେ ୧୦ଟା ସମୟରେ ଏକ ହାଇୱା ଟ୍ରକ୍ ବାଇକ୍ ପଛପଟୁ ଧକ୍କା ଦେବାରୁ ସୁପରଭାଇଜର ଗୋଲକ ସାହୁ(୫୩)ଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୁର୍ଘଟଣା ଘଟାଇ ହାଇୱାଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଟ୍ରକଟି ଫେରାର ହୋଇଯିବା ପଛରେ ପୋଲିସର ହାତଥିବା ଦାବିରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାଜରାସ୍ତା ଅବରୋଧ କରିଥିଲେ । ଟ୍ରକ ଜବତ ଦାବିରେ ୫ଘଂଟାରୁ ଉର୍ଦ୍ଧକାଳ ରାସ୍ତା ଅବରୋଧ ହୋଇଥିଲା । ଫଳରେ ଜାନବାହାନ ଯାତାୟତରେ ବାଧା ଉପୁଯିଥିଲା । ପରେ ଘଟଣାସ୍ଥଳରେ ଯାଜପୁର ତହସିଲଦାର ସୁନିଲ କୁମାର ମେହେର, ଯାଜପୁର ସଦର ଥାନା ଅଧିକାରୀ ଦୁଷ୍ମନ୍ତ ନାୟକ, ଡିଏସପି ରବିନ୍ଦ୍ର କୁମାର ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସାୁଝା କରି ରାସ୍ତା ଅବରୋଧ ହଟାଇବାକୁ ସକ୍ଷମ ହୋଇଥିଲେ ।
ଘଟଣାରୁ ପ୍ରକାଶ ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ଢିହସାହି ଗ୍ରାମର ଗୋଲକ ଏକ ହିରୋହୁଣ୍ଡା ବାଇକ୍ରେ ହରିପୁର ବଜାରକୁ ଆସୁଥିଲେ । ତାଙ୍କର ଦୁଇଜଣ ଝିଅ ଏକ ସ୍କୁଟିରେ ବଜାରକୁ ଆସୁଥିଲେ । ଦୁର୍ଘଟଣା ସ୍ଥଳରେ ଏକ ହାଇୱା ବାଇକ୍ ପଛକୁ ଧକ୍କା ଦେଇଥିଲା । ପଳରେ ଗୋଲକ ତଳେ ପଡି ଯାଇଥିଲେ । ଟ୍ରକର ପଛଚକା ତା ମୁଣ୍ଡରେ ଚଢି ଯାଇଥିଲା । ଦୁଇ ଝିଅଙ୍କ ଆଖି ଆଗରେ ବାପାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏହି ଦୁଃଖଦ ଘଟଣାଟି ଦେଖାଣାହାରୀଙ୍କ ଖୁବ୍ ଆଘାତ ଦେଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁରକୁ ପଠାଇଛି । ହେଲେ ଲୋକେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷବ୍ୟକ୍ତ କରିଥିଲେ । ଖସି ଫଳାଇଥିବା ଟ୍ରକକୁ ଜବତ କରିବା, ଦିନବେଳେ ଭାରିଜାନ ଚଲାଚଳ ନକରିବା, ମୃତକ ପରିବାରକୁ କ୍ଷତିପୂରଣ ଦାବି କରି ଲୋକେ ରାସ୍ତା ଅବରୋଧ କରିଥିଲେ । ପୋଲିଏ ଯେତେ ବୁଝାଇଲେ ବି ରାସ୍ତା ଅବରୋଧକାରୀ ମାନି ନଥିଲେ । ଘଟଣା ସ୍ଥଳରେ ତହସିଲଦାର, ଡିଏସପି ଆସି ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକ ପରିବାରକୁ ରେଡକ୍ରସରୁ କ୍ଷତିପୂରଣ ପ୍ରଦାନ କରାଯିବା ସହ ଆଇନଗତ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ୫ଘଂଟାା ପରେ ରାସ୍ତା ଅବରୋଧ ହଟିଥିଲା । ଗାଡି ଚଲାଚଳ ସ୍ୱାଭାବିକ ହୋଇଥିଲା ।