ହାଇଫାଇ ଲଜ୍‌ରେ ଚାଲିଥିଲା ବାଘ ଛାଲ ଡିଲ୍‌, ସୁରାକ୍ ପାଇ ପହଞ୍ଚିଗଲା ଏସଟିଏଫ୍

Spread the love

ବାରିପଦା,20/09/2021 (ସନ୍ଧାନ ନିଉଜ) ରାଜ୍ୟରେ ବେଆଇନ୍ ବାଘ ଛାଲ କାରବାର ଦିନକୁ ଦିନ ବଢି ବଢି ଚାଲିଛି । ବହୁ ପ୍ରମୁଖ ଜିଲ୍ଲା ଗୁଡିକରେ ଏବେ ବାଘ ଛାଲ ମାଫିଆ ପୋଲିସ୍ ପାଇଁ ମୁଣ୍ଡ ବିନ୍ଧା ବଢାଇଛନ୍ତି ।

ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ୍‌ରେ । ସୂଚନା ଅନୂସାରେ ବାରିପଦାର ଏକ ବଡ ନାବୀଦାମୀ ଲଜ୍‌ରେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ । ଏକ କଲରା ପତରିଆ ବାଘର ଛାଲ ବିକ୍ରି ପାଇଁ ଲଜ ରୁମ୍ ଭିତରେ ଚାଲିଥିଲା ଡିଲ୍ । ମଦ ମାଂସର ଆସର ମଧ୍ୟ ଜବିଥିଲା ଡିଲ୍ ସମୟରେ ।

ମାତ୍ର ସୁରାକ୍ ପାଇଁ ଠିକ୍ ଏହି ସମୟରେ ପହଞ୍ଚିଗଲା ଏସଟିଏଫ୍ ଟିମ୍ । ପୁରା ଲଜ୍‌ରେ ଚଢାଉ କରି ଏକ କଲପତରିଆ ବାଘର ଛାଲ ଜବତ୍ କରିବା ସହିତ ଏହି ମାମଲାରେ ଜଣେ ବାଘ ଛାଲ ବେପାରୀକୁ ଗିରଫ କରିଛି ପୋଲିସ୍ ।

ବର୍ତ୍ତମାନ ସେହି ଅଟକ ବେପାରୀକୁ ଧରି ବାଘ ଛାଲ ଲିଙ୍କ୍ ର ମୂଳ ଖୋଜୁଛି ଏସଟିଏଫ୍ ଏହା ସହିତ ବାରିପଦା ସହରର ଅନ୍ୟ ବହୁ ସ୍ଥାନରେ ବି ଆଜି ଚଢାଉ ଜାରି ରଖିଛି ଏସଟିଏଫ୍ ଟିମ୍ ।

Related Posts

About The Author

Add Comment