ହାଇଓ୍ବା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର

Spread the love

ଭଦ୍ରକ,୦୩.୦୧.୨୦୨୧( ସନ୍ଧାନ ନିଉଜ / ଲିଙ୍ଗରାଜ ପଣ୍ଡା): ହାଇଓ୍ବାକୁ ଧକ୍କା ଦେଲା ବାଇକ ଜଣେ ମୃତ ଏବଂ ଗୁରୁତର ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧୀନ ସିନ୍ଦୋଳ ପଞ୍ଚାୟତର ସେନବାଡ଼ ଛକ ନିକଟରେ ଏଭଳି ଦୁଃଖଦ ଘଟଣା ଘଟିଛି । ଏକ ବାଲି ବୋଝେଇ ଟ୍ରକର ପଛପଟୁ ବାଇକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ଟରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ଯୁବକ ହେଲେ ତିହିଡି ଥାନା ଅଧୀନ ଦୌଲତପୁର ପଞ୍ଚାୟତମାଲପୁର ଗ୍ରାମର ସନ୍ଧୁ ବେହେରା ଏବଂ ଗୁରୁତର ଯୁବକ ହେଲେ ତହଡ଼ି ଥାନା ହରପୁର ପଞ୍ଚାୟତର ଜଗବନ୍ଧୁ ଜେନା। ସେନବାଡ଼ ଛକ ନିକଟରେ ଏକ ବାଲି ବୋଝେଇ ହାଇ ଗାଡ଼ି ଭଦ୍ରକ-ଚାନ୍ଦବାଲି ରାସ୍ତାର ସେନାବାଡ଼ ଛକ ନିକଟରେ ଠିଆ ହୋଇଥିଲା । ବାଇକରେ ଘରକୁ ଫେରିବା ସମୟରେ ୨ ଜଣ ଯୁବକ ଟ୍ରକ ପଛପଟୁକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗଦି ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଘଟଣାସୁଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

Related Posts

About The Author

Add Comment