ହସ୍ତତନ୍ତ ବୁଣାକାରଙ୍କୁ ଚଷମା ବିତରଣ କାର୍ଯ୍ୟକ୍ରମ

Spread the love

ରସୁଲପୁର, ୮/୧୦(ସନ୍ଧାନ ନିୟୁଜ) ଓଡିଶା ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସହଯୋଗରେ ସାଧକ ଓ ମା ତାରିଣୀ ତନ୍ତୁବାୟ ସହଯୋଗ ସମିତି ଆନୁକୂଲ୍ୟରେ ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଂଚାୟତ ଗୋବିନ୍ଦପାଟଣା ଗ୍ରାମସ୍ଥିତ ମା ତାରିଣୀ ତନ୍ତୁବାୟ ସମିତି ପରିସରରେ ଆଜି ୨୫୫ଜଣ ପୁରୁଷ ଓ ମହିଳା ବୁଣାକାରଙ୍କୁ ସରକାଙ୍କ ପକ୍ଷରୁ ଚଷମା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସମାଜସେବୀ ପ୍ରହଲ୍ଲାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶ୍ରର୍ମିଷ୍ଠା ସେଠୀ ଯୋଗଦେଇ ଗୋପାଳପୁର ବୁଣାକାରଙ୍କ ଦ୍ୱାରା ଲୁଗୁବୁଣା କଳାକୃତ୍ତିର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରି ବୁଣାକାରଙ୍କ ବିଭିନ୍ନ୍ ସମସ୍ୟା ଉପରେ ସେ ସଂସଦରେ ଉତ୍‌ଥାପନ କରିବେ ବୋଲି ମତବ୍ୟକ୍ତ କରି ବୁଣାକାରମାନଙ୍କୁ ଚଷମା ବିତରଣ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଓଡିଶା ବୁଣାକାର ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା, କଟକ ବୟନଶିଳ୍ପ ସହକାରୀ ଉପ ନିବନ୍ଧକ ପ୍ରକାଶ କୁମାର ପାତ୍ର ପ୍ରମୁଖ ଯୋଗଦେଇ ବୁଣାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଜନନୀ ମହିଳା ତନ୍ତୁବାୟ ସହଯୋଗ ସମିତିର କମତ୍ତ୍‌ର୍ା ବାଇଧର ଦାସ ମହତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନାର ପୁନଃ ପ୍ରଚଳନ, ଶିକ୍ଷା ସହାୟତା ପ୍ରଦାନ, ଭତ୍ତା ପରିମାଣ ବୃଦ୍ଧି ଆଦି ବୁଣାକାରଙ୍କ ବିଭିନ୍ନ ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ । ଶ୍ରୀ ବିଷ୍ଣୁ ତନ୍ତୁବାୟ ସହଯୋଗ ସମିତିର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମା ତାରିଣୀ ତନ୍ତୁବାୟ ସହଯୋଗ ସମିତିର ପରିଚାଳକ ଅଶୋକ କୁମାର ଗୁଇଁ ଧନ୍ୟବାଦ ଦେଇଥିଲେ । ପ୍ର୍‌ଥମେ ବୁଣାକାରଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ମା ତାରିଣୀ ତନ୍ତୁବାୟ ସହଯୋଗ ସମିତିର ପୁର୍ବତନ ସଭାନେତ୍ରୀ ରେବତୀ ଗୁଇଁ ଓ ସମ୍ପାଦକ ଦିଲ୍ଲିପ ଗୁଇଁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ବୟନ ମଣ୍ଡଳ ତତ୍ତ୍ୱାବଧାରକ କେଳୁ ମହାରଣା, ବୟନ ନିରୀକ୍ଷକ ତାରିଣୀ ପ୍ରସାଦ ଥାଟୋଇ ଓ ସୁମନ୍ତ କୁମାର ପାତ୍ର, ବୈଷଷିକ ସହାୟକ ଶ୍ରୀକାନ୍ତ ମିଶ୍ର. ଜୟ ଜଗନ୍ନାଥ ତନ୍ତୁବାୟ ସହଯୋଗ ସମିତି ସମ୍ପାଦକ ମକରଧ୍ୱଜ ଗୁଇଁ, ସୁନାକର ବେହେରା ପ୍ରମୁଖ ଯୋଗଦେଇ କାର୍ଯକ୍ରମ ପରିଚାଳନା କରିଥିଲେ ।

Related Posts

About The Author

Add Comment