ସୁନ୍ଦରଗଡ ତା: ୮/୩/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ହସ୍ତକଳା ଏକ ସଂସ୍କୃତିକ ଚିହ୍ନ ଏବଂ ପୁରାତନ ପରମ୍ପରା ର ଅଂଶ କିନ୍ତୁ ଆଧୁନିକତାର ର ସଂଘର୍ଷରେ ଏହି ଶିଳ୍ପ ବିଲୁପ୍ତ ହେବାକୁ ବସିଥିବା ବେଳେ ହସ୍ତକଳା କୁ ଜୀବିତ ରଖିବା ପାଇଁଁ ‘ବିନ୍ନ’ (କାଶତଣ୍ଡୀ) କଳାକୁ ଆପଣାଇଛନ୍ତି
ସୁନ୍ଦରଗଡ଼ ଜିଳ୍ଲା ରାଜଗାଙ୍ଗପୁର ବୟୋବୃଦ୍ଧା ଗୁଣାପିନ୍ଧି। ବୟସ ୮୪ ହୋଇଥିଲେ ମଧ୍ୟ ନିଜ ବୟସ ଆଗରେ ହାର ମାନି ନାହାନ୍ତି ଗୁଣାପିନ୍ଧି, ପ୍ଲାଷ୍ଟିକ କବଳିତ ସମାଜ ରେ କାଶତଣ୍ଡି ବିନ୍ନ ରେ ଫୁଲଦାନୀ,ପୂଜା ଥାଳି ,ଡାଲିଆ ପରି ବିଭିନ୍ନ ଛୋଟ ଛୋଟ ଘରୋଇ ବ୍ୟବହାର ଉପକରଣ ତିଆରି କରୁଛନ୍ତି ଯାହା ଅତି ପ୍ରଶଂସନୀୟ ଏବଂ ସ୍ବାଗତଯୋଗ୍ୟ। ପାଠ କ’ଣ ଜାଣି ନାହାଁନ୍ତି ଗୁଣାପିନ୍ଧି ୧୬ ବର୍ଷ ବୟସରୁ କଂସା ପିଟିବା,କଂସା ବାସନରେ ଚିତ୍ର କରିବା କାମ ରୁ ସେ ବହୁତ କିଛି ଶିଖିଛନ୍ତି , ନିଜ ମା’ ଓ ଆଈ ଙ୍କ ଠାରୁ ସେ ‘ବିନ୍ନ’ (କାଶତଣ୍ଡୀ) ହସ୍ତକଳା ଶିଖିଛନ୍ତି । ଗୁଣାପିନ୍ଧି ନିଜ ସମସ୍ତ ଜୀବନ ଏହି ଶିଳ୍ପ ରେ ବ୍ୟତୀତ କରିଛନ୍ତି ।ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଏହିପରି ନାରୀ ଶକ୍ତି ଙ୍କୁ ମୋର ନମନ । ଗୁଣାପିନ୍ଧି ସମାଜ ର ସମସ୍ତ ମହିଳାଙ୍କ ପାଇଁ ପ୍ରେରଣା ର ଉତ୍ସ। ସ୍ଵାଭିମାନୀ ଓ ସ୍ବାବଲମ୍ବୀ ମହିଳା ହେଉଛନ୍ତି ଗୁଣାପିନ୍ଧି ।