ହରିଶ୍ଚନ୍ଦ୍ର ଯୋଜନାରୁ ବଂଚିତ ହୋଇଥିବା ପରିବାର ସହ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଆଲୋଚନା

Spread the love

ଯାଜପୁର , ୮.୧୨.୨୦୨୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବିଭିନ୍ନ ପ୍ରକାର ଦୁର୍ନିତିକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ବେଳେ ଏହି ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାରେ ବି ଦୁର୍ନିତି ଏବଂ ଅନିୟମିତତା ଚାଲିଛି । ଏହି ଯୋଜନାରେ ମୃତ୍ୟୁର ସୁଧିକ୍ରିୟା ମଧ୍ୟରେ ଶବ ସଂସ୍କାର ପାଇଁ ସହାୟତା ରାଶି ପ୍ରଦାନର ବିଧି ବ୍ୟବସ୍ଥା ରହିଛି । ଗରୀବ ଲୋକଟିଏ ଶବ ସଂସ୍କାର ପାଇଁ ଏହି ସହାୟତା ପ୍ରଦାନ କରାଯାଇ ଥାଏ । ଶବ ପ୍ରତି ଥିବା ସମ୍ମାନବୋଧକୁ ଆଧାର କରି ନବୀନ ସରକାରଙ୍କର ଏହି ଯୋଜନା ଅତ୍ୟନ୍ତ ଉଚ୍ଚ ମାନବିକତାପୂର୍ଣ୍ଣ ନିଷ୍ପତିି ବୋଲି ସାଧାରଣରେ ମତ ପ୍ରକାଶ ପାଇଥାଏ । ହେଲେ ଧର୍ମଶାଳାର ଅଭୟପୁର ପଂଚାୟତ ଅନ୍ତର୍ଗତ ଅଛୁତପୁର ଗ୍ରାମରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖା ଯାଇଛି । ଏହି ଗ୍ରାମର ନିହାତି ଗରୀବ ବିଧବା ମହିଳାଙ୍କ ଗତ ତା୧୭.୦୭.୨୨ ରିଖରେ ପରଲୋକ ହୋଇଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ପ୍ରଦାନ କରାଯାଉ ନାହିଁ । ସବୁଠାରୁ ଗୁରୁତ୍ୱପୂଣ୍ଣ ଏହି କି, ଏହି ପରିବାର ଅନ୍ତୋଦୟ ଚାଉଳ ପାଉଥିବା ହିତାଧିକାରୀ ଅଟନ୍ତି । ଅନ୍ତୋଦୟ ଚାଉଳ ପାଉଥିବା ଜଣେ ଗରୀବ ପରିବାରକୁ ହରିଶ୍ଚନ୍ଦ୍ର ଟଙ୍କା ପ୍ରଦାନ କରାନଯିବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇବାରୁ ଲୋକଙ୍କ ଅନୁରୋଧକ୍ରମେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଗୁରୁବାର ଏହି ଗାଁକୁ ଯାଇ ପରିବାରକୁ ଭେଟିଥିଲେ । ସେ ନବୀନବାବୁଙ୍କ ସମର୍ଥକ ଏବଂ ଭୋଟର ହୋଇଥିଲେ ମଧ୍ୟ ଗତ ପଂଚାୟତ ନିର୍ବାଚନରେ ସରପଂଚଙ୍କୁ ଭୋଟ ଦେଇ ନଥିବାରୁ ତାଙ୍କୁ ଏହି ଟଙ୍କା ପ୍ରଦାନ କରାଯାଉ ନଥିବାର ମୃତ ବିଧବା ମହିଳାଙ୍କ ପୁଅ ସୁଶାନ୍ତ ଅଭିଯୋଗ କରିଛନ୍ତି । ତେବେ ଏଭଳି ଅମାନବୀୟ ଘଟଣାକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସତୀଶ ମତ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment