ହରିପୁର ମେଡିକାଲରେ ହତାସିଆ ପ୍ରେମିକର ଉନ୍ମକ୍ତ କାଣ୍ଡ

Spread the love

ଯାଜପୁର ସଦର,୨୨ା୦୭(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର ମେଡିକାଲରେ ଏକ ହତାସିଆ ପ୍ରେମିକର ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଚି । ଏକ ତରଫା ପ୍ରେମ ଘଟଣାକୁ ନେଇ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ପ୍ରେମିକ ଜଣକ ଗଣ୍ଡଗୋଳ କରି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ମହିଳାକୁ ଟଣା ଓଟରା କରୁଥିବା ଅଭିଯୋଗ ହୋଇଚି । ଘଟଣାରୁ ପ୍ରକାଶ ଯେ, କୋଭିଡ ଟିକା କାର୍ଯ୍ୟ ଚାଲୁଥିବା ବେଳେ, ଏହି ସ୍ୱାସ୍ଥ୍ୟକର୍ମୀ ଟିକା ଦେଉଥିବା ବେଳେ, ଯାଜପୁର ସଦର ଥାନା ନିକଟସ୍ଥ ପୁରୁଷୋତମପୁର ଗ୍ରାମର ମହେନ୍ଦ୍ର କୁମାର ସାହୁ ଏହି ଯୁବକ ଜଣକ ହରିପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏହି ସ୍ୱାସ୍ଥ୍ୟକର୍ମୀକୁ ପଦାକୁ ଡାକିଥିଲେ । ଟିକା ଦେବା କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ମହିଳା ଜଣକ ମନାକରିବାରୁ ମହେନ୍ଦ୍ର ମେଡିକାଲ ଭିତରକୁ ଯିବା ସହିତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଏକ ଛୁରା ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କୁଆଖିଆ ଥାନାକୁ ଫୋନ ମାଧ୍ୟମରେ ଜଣାଇଥିଲେ । କୁଆଖିଆ ଥାନ ଅଧିକାରୀ ମନୋଜ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଁଞ୍ôଚ ମହେନ୍ଦ୍ରକୁ ଗିରଫ କରି କୁଆଖିଆ ଥାନାକୁ ଆଣିଥିଲେ । ମିହାଳଙ୍କର ଅଭିଯୋଗ କ୍ରମେ ୨୪/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ମହେନ୍ଦ୍ରକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment