ହରିପୁରରେ ଅଗ୍ନିକାଣ୍ଡ, ଆଦିବାସୀ ପରିବାର ଘର ଜଳିଗଲା

Spread the love

ରସୁଲପୁର,୧୪ /୩ (ସନ୍ଧାନ ନିୟୁଜ) ରସୁଲପୁର ତହସିଲ ନରିସିଂହପୁର ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ହରିପୁର ଗ୍ରାମର ଆଦିବାସୀ ବସ୍ତିରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଉକ୍ତ ଅଗ୍ନିକାଣ୍ଡରେ ଜଣେ ଆଦିବାସୀ ପରିବାର ଘର ସଂପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡ ପ୍ରାୟୋଜିତ ବୋଲି କୁହାଯାଉଛି । କେହି ଦୁବୃତ୍ତ ରାଜେଶ ମୁଣ୍ଡା ଘରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ରାଜେଶ ଘରେ ନଥିବା ସୁଯୋଗରେ ଦୁବୃତ୍ତ ନିଆଁ ଲଗାଇ ଦେଇଥିବା ସନେ୍ଦହ କରାଯାଉଛି ।
ଘଟଣାରୁ ପ୍ରକାଶ ମୟୁରଭଞ୍ଜ ଜିଲାରୁ କେତେକ ଆଦିବାସୀ ପରିବାର ଏହି ଗ୍ରାମରେ ବସବାସ କରିଆସୁଛନ୍ତି । ଏ ସବୁ ପରିବାର କାମଧନ୍ଦା ଅନ୍ୱେଶ୍ୱଣରେ ଆସି ଏହି ଅଂଚଳରେ ରହି ଆସୁଛନ୍ତି । ଆଦିବାସୀ ରହୁଥିବା ବସ୍ତିରେ ରାଜେଶ ମୁଣ୍ଡା କୌଣସି ଏକ କାମରେ ଗତକାଲି ବାହାରକୁ ଯାଇଥିଲା । ସେ ଘରେ ନଥିବାର ସୁଯୋଗରେ କେହି ଦୁବୃର୍ତ୍ତ ରାଜେଶର ଘରେ ନିଆଁ ଲଗାଇ ଦେଇଥିଲା । ରାତି ପ୍ରାୟତଃ ୧ଟା ବେଳେ ପାଖରେ ଥିବା ଅନ୍ୟ ଲୋକ ମାନଙ୍କ ନିଦ ଭାଙ୍ଗିବାରୁ ସେମାନେ ରାଜେଶର ଘର ଜଳୁ ଥିବାର ଦେଖିଥିଲେ । ନିଆଁକୁ ଆୟତ କରିବାରେ ବିଫଳ ହୋଇଥିଲେ । ଫଳରେ ଘରେ ଥିବା ସମସ୍ତ ଆସବାସପତ୍ର,ଲୁଗାପଟା ସବୁ ଜଳିଯାଇଛି । ଆଜି ସକାଳେ ରାଜେଶ ପହଞ୍ଚି ଘଟଣା ସଂପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ । ଖବର ପାଇ ନରସିଂହପୁର ରାଜସ୍ୱ ନୀରିକ୍ଷକ ଦୁର୍ଜୟ ଷଡଙ୍ଗୀ ଘଟଣାସ୍ଥଳରେ ପହଞି କ୍ଷୟକ୍ଷତିର ଆକଳନ କରିଥିବାର ଜଣାପଡିଛି । ଅଗ୍ନି ବିପନ୍ନ ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି । ପ୍ରକାଶ ଯେ ପୋଡି ଯାଇଥିବା ଘରକୁ ନେଇ ଦ୍ୱିମତ ଦେଖାଦେଇଛି । ସ୍ଥାନୀୟ ଅଂଚଳରେ ରାଜେଶ ମୁଣ୍ଡାର ଘର ପୋଡି ଯାଇଥିବା କହୁଥିବା ବେଳେ ଏହି ଘର ରବିନ୍ଦ୍ର ବେଉରିଆଙ୍କର ବୋଲି ରାଜସ୍ୱ ନିରୀକ୍ଷକ ପ୍ରକାଶ କରିଛନ୍ତି । ମାତ୍ର ସାହୁଙ୍କ ଘର ସମ୍ମୁଖରେ ହାଣ୍ଡିଆ ବିକ୍ରୀ କରିବା ପାଇଁ ବ୍ୟବହୃତ ଚାଲିଆରେ ନିଆଁ ଲାଗିଯାଇଥିବା କୁହାଯାଉଛି । ଉକ୍ତ ଘଟଣା ସଂପର୍କରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରୁ ଘରପୋଡିକୁ ନେଇ ଦ୍ୱିମତ ଉପୁଯିଛି । ତେବେ ସେ ଶୁକ୍ରବାର କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ପରିଖିବେ ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment