ଧର୍ମଶାଳା, ୨୩/୧୦(ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଦାସପୁର ଗ୍ରାମ ପଂଚାୟତ ବିଜେଡି ପକ୍ଷରୁ ଏକ ରାସ୍ତା ସଫେଇ କାର୍ଯ୍ୟକ୍ରମ ରବିବ।।ର ଅନୁଷ୍ଠିତ ହୋଇଯାଇଛି । ପଂଚାୟତକୁ ଯୋଗାଯୋଗ କରୁଥିବା ପ୍ରମୁଖ ରାସ୍ତା ଉପରେ ଦୀର୍ଘଦିନରୁ ଅନାବନା ଗଛଲତା ମାଡି ଆସିଥିବା ବେଳେ ଯାତାୟତରେ ଅସୁବିଧା ହେଉଥିଲା । ଏପରିକି ଗୋଟିଏ ପଟରୁ ଏକ ବଡଗାଡି ଗଲେ ଅନ୍ୟପଟରୁ ମଟରସାଇକେଲ ଟିଏ ଆସିବା ମଧ୍ୟ କଷ୍ଟକର ହେଉଥିଲା । ଏହି ଗଛଲତା ପାଇଁ ଉଭୟ ପଟରୁ ଆସୁଥିବା ଯାତ୍ରୀ ମାନେ ପରସ୍ପରକୁ ଦେଖିପାରୁନଥିବାରୁ ଦୃଘଟଣା ଘଟୁଥିଲା । ଫଳରେ ଆଜି ଗୁରୁକୂଳ ପ୍ଲବିକ ସ୍କୁଲ ଠାରୁ ନଦୀ ବନ୍ଧ ପ୍ରର୍ଯ୍ୟନ୍ତ ରାସ୍ତା କଡର ଏହି ଅନାବନା ଗଛଲତାକୁ କାଟି ସଫା କରିବା ସହିତ ରାସ୍ତା କଡରେ ଯାତାୟତରେ ଅସୁବିଧା କରୁଥିବା କେତକ ଗଛକୁ କାଟିଦିଆଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଧର୍ମଶାଳା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତି, ପୁର୍ବତନ ଜିଲ୍ଲାପରିଦ ସଭ୍ୟ ନିରଞ୍ଜନ ରାଉତ, ହରିଦାସପୁର ପଂଚାୟତ ସଭାପତି ସିତାଂଶୁ କର, ବିଧାୟକଙ୍କ ପ୍ରତିନିଧି ନିର୍ମଳ ସାମଲ, ସରପଂଚ ବିକ୍ରମ ବିଶ୍ୱାଳ, ରୁପେଶ ଭଦ୍ର, ପୂର୍ବତନ ସମିତିସଭ୍ୟ ଚିତ୍ତ ରଂଜନ ନାୟକ, ମହିଳା ସଭାନେତ୍ରୀ କାଞ୍ଜନା ବାଳା ବିଶ୍ୱାଳ, ପ୍ରଭାତ କୁମାର ରାଉତ ସମେତ ପଂଚାୟତର ବହୁ ସ୍ୱଚ୍ଛାସେବୀ ମାନେ ଯୋଗଦେଇ ରାସ୍ତା ସଫେଇ କରିଥିଲେ ।
ହରିଦାସପୁର ପଂଚାୟତ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
|
October 23, 2022 |