ହତ୍ୟାକାରୀଙ୍କ ପରିବାର ପକ୍ଷରୁ ରାସ୍ତାରୋକ ଥନା ଘେରାଉ କଲେ

Spread the love

ଯାଜପୁର ସଦର, ୧୦ା୦୩: ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ଦିନ ଦିିପ୍ରହରରେ ବିଭତ୍ସ ଭାବରେ କଟୁରୀରେ ହାଣୀ ହତ୍ୟା କରିବା ଘଟଣା ସଦର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯମଧର ପଂଚାୟତର ସ୍ୱପ୍ନେଶ୍ୱରପୁର ଗ୍ରାମର କାଳନ୍ଦି ମଲି(୬୩) ନିଜ ବାଇକରେ ଯାଉଥିବା ବେଳେ, ନିଜଗ୍ରାମର ରଙ୍କ ମଲିକ ଏବଂ ସୁନା ମଲିକଙ୍କ ସହିତ ସାକ୍ଷାତ କରି ଘରକୁ ଫେରୁଥିବା ବେଳେ, ସେହି ଯମଧର ପଂଚାୟତର ସେହି ଗ୍ରାମର ସୁରେନ୍ଦ୍ର ବେହେରା ବାଇକରେ ଯାଉଥିବା ସମୟରେ କାଳନ୍ଦୀ ମଲିକଙ୍କୁ ଧାରୁଆ ଚମାରିଆ କଟୁରୀରେ ଚୋଟ ପରେ ଚୋଟ ମାରିବା ସହିତ ଘଟଣା ସ୍ଥଳରେ କାଳନ୍ଦି ମଲିକଙ୍କର ମୃତ୍ୟୁ ଘଟିଥିଲା । କାଳନ୍ଦି ସହିତ ଦୁଇ ଜଣ ଲୋକ ଯାଉଥିବା ବେଳେ, ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ । ସ୍ଥାନୀୟ ଗ୍ରାମବାସୀ ମାନେ ଯାଜପୁର ସଦର ଥାନାକୁ ହତ୍ୟା ସମ୍ପର୍କରେ ଜଣାଇବାରୁ ସଦର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ôଚ ଅଭିଯୁକ୍ତ ସୁରେନ୍ଦ୍ର ବେହରା ହତ୍ୟାକାରୀକୁ ଧରିବା ସହିତ ହତ୍ୟାରେ ବ୍ୟବହାର କରାଯାଇଥିବା କଟୁରୀକୁ ଜବତ କରିଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଞ୍ôଚ ପୋଲିସ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କାଳନ୍ଦୀ ମୃତ ଦେହକୁ ଯାଜପୁର ମେଡିକାଲକୁ ପଠାଇଥିଲେ । ସଦର ଥାନା ପୋଲିସ ତଦନ୍ତ କରୁଥିବା ବେଳେ, କାଳନ୍ଦୀଙ୍କ ପରିବାର ପକ୍ଷରୁ ସୁକଳ୍ପିତ ହତ୍ୟାକାଣ୍ଡ କରାଯାଇଚି ବୋଲି ଅଭିଯୋଗ କରାଯାଇଥିଲା । ସମ୍ପୃକ୍ତ ଥିବା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କାଳନ୍ଦୀଙ୍କ ପରିବାର ଦାବି କରିଥିଲେ । କାଳନ୍ଦିଙ୍କ ପରିବାର ସଦର ଥାନାକୁ ଘେରାଉ କରିବା ସହିତ ଯାଜପୁର ବରୁଆଁ ରାସ୍ତାକୁ ଅବରୋଧ କରିଥିଲେ । ଏନେଇ ଉତ୍ତେଜନା ଦେଖା ଦେବାରୁ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କ ନିର୍ଦ୍ଦେଷରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଯାଜପୁର ଟାଉନ ଥାନା ଆଇଆଇସି ବୋଲ୍ୱୋମଙ୍ଗଳ ସେଠୀ, ଯାଜପୁର ସଦର ଥାନା ଅଧିକାରୀ ଶ୍ରୀ ଦାସ ଘଟଣାରେ ପହଁଞ୍ôଚ ଲୋକମାନଙ୍କୁ ବୁଝା ସୁଝା କରିବା ସହିତ ଲୋକ ମାନଙ୍କ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିବାରୁ ଦୁଇ ଘଣ୍ଟା ଧରି ଗାଡ଼ି ମଟର ବନ୍ଦ ରହିଥିଲା । ଏନେଇ କାଳନ୍ଦୀ ମଲିକଙ୍କ ପୁଅ ଯାଜପୁର ସଦରରେ ମୋ ବାପାକୁ ହତ୍ୟା କରାଯାଇଚି ବୋଲି ଅଭିଯୋଗ କରିଥିଲେ । ଅଭିଯୋକୁ ଭିତ୍ତିକରି ସଦର ଥାନା ପୋଲିସ ପକ୍ଷରୁ ଏକ କେସ ନଂ ୬୭/୨୪ ଦଫା ୩୦୨ ରେ ଆସାମୀ ସୁରେନ୍ଦ୍ର ବେହରାକୁ ଗିରଫ କରାଯାଇଚି । ଏନେଇ କାଳନ୍ଦୀ ପରିବାର ପକ୍ଷରୁ ସ୍ଥାନୀୟ ସରପଂଚଙ୍କର ହତ୍ୟାକାଣ୍ଡରେ ହାତ ରହିଚି ବୋଲି କାଳନ୍ଦିର ପରିବାର ଅଭିଯୋଗ କରଯିବା ସହିତ ଦୋଷୀ ମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଲାଗି ଦଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଚି ।

Related Posts

About The Author

Add Comment