ଯାଜପର ସଦର, ୨୧ା୦୪: ଯାଜପୁରରେ ଏପରି ଘଟଣା ଦେଖିବାକୁ ମିଳିଚି ପୂର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଆସାମୀ ମାନସ ରଂନ ପଣ୍ଡାକୁ ଯାଜପୁର ଟାଉନ ଥାନା ଆଇଆଇସି ବେଲ୍ୟୋମଙ୍ଗଳ ସେଠୀ ଆସାମୀ ମାନସ ରଂଜନ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଟାଉନ ବଡ଼ ବଜାର ନିକଟସ୍ଥ ଜଗନ୍ନାଥ ମନ୍ଦିର ନିକଟ ପାଖର ମାନସ ରଂଜନ ପଣ୍ଡା ଏହି ଯୁବକ ସାନବଜାର ଅଞ୍ଚଳରେ ରହୁଥରବା ଜୟଦେବ ମହାଲିକ(ଚିନୁ)କୁ ହତ୍ୟାକରିଥିବା ବେଳେ, ମାନସ ରଂଜନ ପଣ୍ଡା ଯାଜପୁର ଟାଉନ ଥାନାରେ ଆତ୍ମ ସମର୍ପଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଉଭୟଙ୍କ ପରିବାର ମଧ୍ୟରେ ଦିର୍ଘଦିନ ହେବ ବିବାଦ ଲାଗି ରହିଥିବା ବେଳେ, ଏପରିକି ଗତ କିଛି ମାସ ପରେ ଜୟଦେବ ମହାଳିକଙ୍କ ନାମରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ, ଲିଖିତ ଅଭିଯୋଗକୁ ଭିତ୍ତିକରି ଯାଜପୁର ଟାଉନ ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଜୟଦେବକୁ ଅଦାଲତ ଚାଲାଣ କରାଯାଇଥିଲା । କିଛିଦିନ ଜୟଦେବ ହାଜତରେ ରହିବା ପରେ ଜାମିନରେ ଆସିବାପରେ ଗତ ଶୁକ୍ରବାର ଦିନ ଜୟଦେବ ମାନସ ଘରକୁ ଯାଇ ପାଟିତୁଣ୍ଡ କରିବା ସହିତ ଏହାକୁ ନେଇ ମାନସ ପଣ୍ଡା ଉତ୍ତେକ୍ତ ହୋଇ ସାନ ବଜାରକୁ ମାନସ ଯାଇ ଜୟଦେବକୁ ଏକ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ । ଜୟଦେବ ପରିବାର ଘର ସଦସ୍ୟ ।ମନେ ଜୟଦେବକୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳ,େ ଜୟଦେବକୁ ଡାକ୍ତ ମୃତ ଘୋଷଣ କରିଥରଲେ । ଯାଜପୁର ଟାଉନ ଥାନା ପୋଲିସ ଜୟଦେବକୁ ମରିଥିବା ଅଭିଯୋଗରେ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ମାରଣାସ୍ତ୍ରକୁ ଜବତ କରି ମାନସ ରଂଜନ ପଣ୍ଡାକୁ ଗିରଫ କରି କୋର୍ଟ ଚାଣାକରାଯାଇଚି ।
ହତ୍ୟାକାରୀକ କୋର୍ଟ ଚାଲାଣ କରାଗଲା
|
April 22, 2024 |
