ସଡ଼କ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ :ସ୍ତ୍ରୀ ଗୁରୁତର

Spread the love
ବାଲିଗୁଡା, ୦୭/୦୨/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ  ଏଫସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି | ଘଟଣାରୁ ପ୍ରକାଶ ଯେ, ଦାରିଙ୍ଗବାଡି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏକ ଘରୋଇ ଚିକିତ୍ସା ପାଇଁ ବିଶାଖାପାଟଣା ରୁ ବାଲିଗୁଡ଼ାକୁ ଏକ ହୋଣ୍ଡାଇ କାରରେ ଫେରୁଥିବା ବେଳେ ରବିବାର ପ୍ରତ୍ୟୁଷରେ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ  ହୋଣ୍ଡାଇ କାର୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା l ସନ୍ତୋଷ ଓ ଧର୍ମପତ୍ନୀ ମଞ୍ଜୁଲତାଙ୍କୁ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲକୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ଚିକିତ୍ସା ସମୟରେ ସନ୍ତୋଷ ଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଧର୍ମପତ୍ନୀ ମଞ୍ଜୁଲତା ସାହୁ ଗୁରୁତର ଆହତ ହୋଇ  ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ।

Related Posts

About The Author

Add Comment