ସ୍ୱେଚ୍ଛାସେବୀ କ୍ଲବ୍ ସିଡ୍ ପକ୍ଷରୁ ଚାରା ରୋପଣ
ଯାଜପୁର, ୨୮/୭ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଅଗ୍ରଣୀ ପୁରସ୍କୃତ ପ୍ରାପ୍ତ ସ୍ୱେଚ୍ଛାସେବୀ କ୍ଲବ ସିଡ୍ ଏବଂ ସମ୍ପର୍କ ଅନୁଷ୍ଠାନ ମିଳିତ ସହଯୋଗରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡ୍ କାର୍ଯ୍ୟକାରୀ ସଭାପତି ମାନସ କୁମାର ରାଉତଙ୍କ ନେତୃତ୍ୱରେ କଦଳା ରାସ୍ତା ପାର୍ଶ୍ୟ, ପର୍ବତ ଏବଂ ମନ୍ଦିର ନିକଟରେ ଅଁଳା, ଚମ୍ପା, ବାହାଡା,କାଜୁ, ଶାଗୁଆନ, ଲେମ୍ବୁ, ଓଉ ସମେତ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ପରେ ଗ୍ରାମର ବିଭିନ୍ନ ଲୋକଙ୍କୁ ଚାରା ଲଗାଇ ତାହାର ଯତ୍ନ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ସନ୍ତୋଷ କୁମାର ରାଉତ, ସୋନମ ବେହୁରା, ମଂଟୁ ପାତ୍ର, ଇଲୁଆ ସ୍ୱାଇଁ, ଗଙ୍ଗାଧର ମହାରଣା, ପ୍ରକାଶ ରାଉତ, ଅନୀତା ବେହେରା ସମେତ ବହୁ ଯୁବକ ଯୁବତୀ ସାମିଲ ହୋଇ ଚାରା ରୋପଣ କରିଥିଲେ । ଏପରକି ବିଭିନ୍ନ ସମାଜଉପଯୋଗୀ କାର୍ଯ୍ୟ କରିବାକୁ ନେହୁରୁ ଯୁବକେନ୍ଦ୍ର ଯାଜପୁରର ସଂଯୋଜକ ପ୍ରେରଣା ଦେଇଥିଲେ ।
Related Posts
About The Author