ସୁନ୍ଦରଗଡ଼:(ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡ଼ିଆ )ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମାନ ଖୋଲିଛନ୍ତି l ହେଲେ ସେହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ଡାକ୍ତର ନିୟୋଜିତ ଅଛନ୍ତି କିନ୍ତୁ ଠିକ ସମୟରେ ଡ଼ାକ୍ତର ନ ରହିବା,ଅତ୍ୟଧିକ ସମୟ ଛୁଟିରେ ରହିବା, ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଲେ ପିଅନ ରୋଗୀ ମାନଙ୍କୁ ଔଷଧ ଦେଉଥିବା ଅନବରତ ଦେଖିବାକୁ ମିଳିଛି l ଏଥିରେ ରୋଗୀ କେତେ ସୁରକ୍ଷିତ ତାହା ରୋଗୀର ପ୍ରତ୍ୟେକ ପରିବାର ବର୍ଗଙ୍କ ଚିନ୍ତା ବଢାଇବା ସହିତ ସ୍ୱାସ୍ଥ୍ୟ ପାଇଁ ଅଞ୍ଚଳବାସୀ କେତେ ସୁରକ୍ଷିତ ତାହା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଂଚାୟତ ପାଖରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ l ଏଠାରେ ପ୍ରତିଦିନ ରୋଗୀ ଚିକିତ୍ସା କରିବା ପାଇଁ ଆସିଲେ ଚିକିତ୍ସା କରି ନ ପାରି ନିରାଶ ହୋଇ ଫେରି ଯାନ୍ତି ଘରକୁ l ଏଠାରେ ଦୁଇଜଣ ଡାକ୍ତର ଥିଲା ବେଳେ ପିଅନ ଓ ନର୍ସ ମାନେ ଔଷଧ ଦେଇ ପଠାନ୍ତି ରୋଗୀ ଙ୍କୁ l ଏହି ସମସ୍ୟା ରେ ଜନ ସାଧାରଣ ହଇରାଣ ହେଉଥିବା ଚିନ୍ତା ର ବିଷୟ ପାଲଟିଛି l ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପାଇଁ ସରକାର ଙ୍କ ତରଫରୁ ଏକ 108ଆମ୍ବୁଲାନ୍ସ ଗାଡି ମଧ୍ୟ୍ୟ ଦିଆଯାଇଥିଲା ବେଳେ 108ଆମ୍ବୁଲାନ୍ସ ଗାଡି ଟି ରହୁଛି ବାଲିଶଙ୍କରା ଡାକ୍ତରଖାନାରେ l ଏହା ବିଭାଗିୟ ଅଧିକାରୀଙ୍କ ଅପାରଗତା କୁ ଦର୍ଶାଉଥିବା ସହିତ ରୋଗୀ ହଇରାଣ ହୋଇ ଘରକୁ ଫେରୁଥିବା କାରଣରୁ ଅଞ୍ଚଳରେ ତିକ୍ତତା ବଢ଼ିବାରେ ଲାଗିଛି । ଅନେକ ସମୟ ଧରି ଏହା ପାଇଁ ଉଚିତ୍ ପଦକ୍ଷେପ ନ ହେବା ପ୍ରଶାସନ ସହିତ ସ୍ୱାସ୍ଥ୍ୟ କତୃପକ୍ଷ ଙ୍କ ମଧୂଚନ୍ଦ୍ରିକାର ଗନ୍ଧ ବାରି ହେଉଥିବା ଜନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅତିଶିଘ୍ର ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ଥିବା ସମସ୍ତ ସୁବିଧା ଉପଲବ୍ଧ କରାଇ ତାକୁ ଲୋକଙ୍କ ସେବାରେ ନିୟୋଜିତ କରିବାକୁ ସାଧାରଣରେ ଦାବି ହୋଇଛି । ଅଞ୍ଚଳ ବିଧାୟକ ଏ ଦିଗରେ ଦୃଷ୍ଟି ନ ଦେବା ଜନସାଧାରଣ ଦୁଃଖ ପ୍ରକାଶ କରିଥିବା ଜଣାପଡିଛି ।
ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ଡାକ୍ତର ନିୟୋଜିତ ଅଛନ୍ତି କିନ୍ତୁ ଠିକ ସମୟରେ ଡ଼ାକ୍ତର ନ ରହିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି
|
July 18, 2024 |
![](https://sandhannews.com/wp-content/uploads/2024/07/WhatsApp-Image-2024-07-15-at-7.42.09-PM.jpeg)