ଯାଜପୁର ସଦର, ୩୧ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତରେ ନିର୍ମାଣ କରାଯାଇଥିବା ବିଡ଼ି ଶ୍ରମିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟସେବାରୁ ବଞ୍ଚତ ହୋଇଥିବା ଦେଖିବାକୁ ମିଳିଚି । ଭାରତ ସରକାରଙ୍କ ଶ୍ରମମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଏହି ସ୍ଥାୟୀ ମେଡିକାଲଟି ଏଠାରେ କରାଯାଇଚି । ଡାକ୍ତର ନିଯୁକ୍ତି କରାଯାଇଥିବା ବେ୍େଳ ବିଡ଼ି ଶ୍ରମିକ ମାନଙ୍କ ଚିକିତ୍ସା ପାଇଁ ଡାକ୍ତର ନଥିବାରୁ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୫ବର୍ଷ ଧରି ମେଡିକାଲରେ ଡାକ୍ତର ନିଯୁକ୍ତି କରାଯାଇନଥିବାରୁ ବିଡ଼ି ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଚି । ଜଣେ ଏଏନଏମ, ଜଣେ ଡ୍ରେସରଙ୍କ ଦ୍ୱାରା ପରିଚାଳନା କରାଯାଉଚି । ୧୯୮୦ ମସିହାରେ ଏହି ବିଡ଼ି ଶ୍ରମିକ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ପଂଚାୟତର ଗୁଡ଼ିକ ବ୍ରହ୍ମବରଦା, ଝାଲପଡ଼ା, ମହେଶ୍ୱରପୁର, ବନ୍ଧଡିହ, ଗୋଳକୁଣ୍ଡ, ଜନକ, ବଡ଼ବାଲିକୁଦା ଅଞ୍ଚଳର ବିଡ଼ିଶ୍ରମିକ ପରିବାର ମାନେ ନିର୍ଭର କରୁଥିବା ବେଳେ, ୩ ହଜାରରୁ ଉର୍ଦ୍ଧ୍ୱ ବିଡ଼ିଶ୍ରମିକ ମାନେ ନିର୍ଭର କରୁଥିବା ବେଳେ, ଅନ୍ୟ ମେଡିକାଲକୁ ଯିବା ପାଇଁ ଏହି ଶ୍ରମିକ ମାନଙ୍କର ଆର୍ଥିକ ସମସ୍ୟା ଦେଖାଦେଇଚି । ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳିଚି । ଏହି ମେଡିକାଲରେ ଜଣେ ଡାକ୍ତର ନିଯୁକ୍ତି କରାଯିବା ପାଇଁ ଦାବି କରାଯାଉଚି । ସଂଘର ସଭାପତି ପ୍ରଦିପ ଦାସ ସରକାରଙ୍କ ଦୃଷ୍ଟି ଗୋଚର କରିଥିବା ବେଳେ, ଏଠାରେ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି କରାଯାଉଚି ।
ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚତ ହେଲେ ବିଡ଼ି ଶ୍ରମିକ
|
February 3, 2024 |