ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ ଓ ପୁଅ ବିକୁଛନ୍ତି ଠେଲା ଗାଡିରେ ବରା ପକୋଡି

Spread the love

ମାଲକାନଗିରି, ୫/୨/୨୦ (ସନ୍ଧାନ ନିଉଜ) : ସ୍ୱାମୀ ହେଲେ ଜଣେ ବିବାହିତା ସ୍ତ୍ରୀ ପାଇଁ ଇହ ଓ ପରକାଳର ଦେବତା,ସେହି କଥା କୁ ଏବି ବି ସମ୍ମାନ ଜଣାଇଛନ୍ତି ଜଣେ ଗରିବ ଘରର ବିବାହିତା ମହିଳା, କ୍ୟାନ୍ସର ରୋଗରେ ପିଡିତା ସ୍ୱାମୀଙ୍କର ଚିକିତ୍ସା ପାଇଁ ଘର ଘର ବୁଲି ଠେଲାଗାଡିରେ ବରା ପକୋଡି ବିକ୍ରୀକରୁଛନ୍ତି ସେ ଓ ତାଙ୍କର ପୁଅ । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି୭୯ ଗ୍ରାମରେ ,ସେହିଗ୍ରାମର ବିଷ୍ଣୁକର୍ମକାର ନାମକ ଜଣେ ଗରିବ ଚାଷୀ, ଘରକୁ ପତ୍ନୀ ଶ୍ରୀମତୀ କର୍ମକାର,ଗୋଟିଏ ଝିଅ,ଦୁଇଟି ଛୋଟପୁଅ ବେଶ ହସଖୁସିରେ ପରିବାର ଚଳିଯାଉଥିଲା, ସେହି ପରିବାରଙ୍କ ହସ ଖୁସି ବେଶି ଦିନ ରହିଲା ନାହିଁ,ଗତ ୨ବର୍ଷତଳେ ବିଷ୍ଣୁ ଭୟାବହ ବ୍ଲଡକ୍ୟନ୍ସର ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ କୁ ଯାଇ ଘରେ ଯାହା ଟଙ୍କା ପଇସା,ଧାନଚାଉଳ ଥିଲା ସବୁବିକ୍ରୀ ହୋଇଗଲା ପଛେ ରୋଗ ଭଲ ହେଲେ ନାହିଁ । ଡାକ୍ତର ମାନେ କହିଲେ ଏହାର ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା ଲାଗିବ, ଭଲଭାବେରେ ପରିବାରଙ୍କ ପେଟକୁ ଦାନାଗଣ୍ଡେ ଯୋଗାଡ ହୋଇ ପାରୁନଥିବା ବେଳେ ୨ଲକ୍ଷ ଟଙ୍କା କେଉଁଠୁ ଅବା ପାଇବେ , ସେ ଚିନ୍ତାରେ ଶ୍ରୀମତୀ କର୍ମାକାର ଙ୍କ ପେଟକୁ ଦାନାଗଲା ନାହିଁକି ଆଖିକୁ ନିଦ ହେଲାନାହିଁ, ତଥାପି ସେ ହାର ନ ମାନି ଏକ ଠେଲାଗାଡିରେ ବରା,ପକୋଡି ଛାଣି ଘର ଘର ବୁଲି ବିକ୍ରୀ ଆରମ୍ଭ କରିଦେଇଛନ୍ତି । ତାଙ୍କର ଦୁଃଖ ଦେଖି ଗ୍ରାମବାସୀ ମାନେ୨୦ହଜାର ଟଙ୍କା ଚାନ୍ଦାକରି ଚିକିତ୍ସା ପାଇଁ ଦେଇଛନ୍ତି । ସେ ସହାୟତା ସମୁଦ୍ରକୁ ଶଙ୍ଖେପାଣି ଶଦୃଶ୍ୟ ହୋଇଥିବାରୁ ବିଷ୍ଣୁଙ୍କ ପତ୍ନୀ ଓ ପିଲାମାନେ ରାତି ଦିନ ଖଟିବାସହିତ ଠେଲାଗାଡିରେ ବରା,ପକୋଡି, ଜଳଖିଆ ବିକ୍ରୀକରୁଛନ୍ତି ,ସେଥିରୁ ଉପାର୍ଜିତ ପଇସାରେ ଘରଚଳାଇବା ସହ ସ୍ୱାମୀଙ୍କ ଚିତ୍ସାପାଇଁ କିଛି ଅର୍ଥ ସଂଗ୍ରହ କରିରଖୁଛନ୍ତି ଶ୍ରୀମତୀ କର୍ମକାର,ଗରବି ଅସହାୟ କ୍ୟାନ୍ସର ପିଡିତ ବିଷ୍ଣୁଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

Related Posts

About The Author

Add Comment