ଧର୍ମଶାଳା,(ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ଅଞ୍ଚଳର ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ କୋତପୁର ନିବାସୀ ଗଗନ ବିହାରୀ ଜେନାଙ୍କୁ ରାଜ୍ୟସ୍ତରୀୟ ଉକôଳ ଗୌରବ ସମ୍ମାନରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ବିଜୁ ପଟ୍ଟନାୟକ ଛାତ୍ର ସଂଘ ବାର୍ଷିକ ଉସôବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଓ ମୁଖ୍ୟବକ୍ତା ଓଡିଶା ଉଠା ଜଳସେଚନ କର୍ପୋରେସନର ଅଧ୍ୟକ୍ଷ ଅମରେଶ ପତ୍ରୀ ଯୋଗଦେଇ ଶ୍ରୀ ଜେନାଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହାର ଆବାହକ ତଥା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ସୁନୀଲ ପଣ୍ଡା ଓ ସଂଗଠନ ସମ୍ପାଦକ ସ୍ନେହାଶିଷ ଜେନା, ଆଶିଷ ମିଶ୍ର ଓ ଶୁବ୍ରାଶୁଂ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାଧିନତା ସଂଗ୍ରାମୀ ସମ୍ବର୍ଦ୍ଧିତ
|
November 5, 2019 |



