ସ୍ୱର୍ଗତ ଘନଶ୍ୟାମ ଗୋଚ୍ଛାୟତଙ୍କ ସ୍ମୃତି ଚାରଣ ସଭା

Spread the love

ଚଣ୍ଡିଖୋଲ,୦୫.୦୩ (ଆପ୍ର)-ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସ୍ୱର୍ଗତ ଘନଶ୍ୟାମ ଗୋଚ୍ଛାୟତଙ୍କ ସ୍ମୃତି ଚାରଣ ସଭା ରବିବାର ଚାରିବାଟିଆ ଗ୍ରାମର ଖଣ୍ଡାୟତ,କ୍ଷେତ୍ରୀୟ ପରିଷଦ ଓ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା.କମିଟିର ସଭାପତି ପ୍ରମୋଦ କୁମାର ଜେନାଙ୍କ ଅଧକ୍ଷତରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଅନୁଷ୍ଠାନର ସମ୍ପାଦକ ହେମନ୍ତ କୁମାର ମାହାଲା,କୋଷାଧକ୍ଷ ରମାକାନ୍ତ ପରିଡା,ସହ ସମ୍ପାଦକ ଉମାଶଙ୍କର ସ୍ୱାଇଁ,ପ୍ରେସ କ୍ଲୁବ ଚଣ୍ଡିଖୋଲର ସଭାପତି ପ୍ରଦୀପ୍ତ କୁମାର ପରିଡା ଓ ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଘନଶ୍ୟାମଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ.ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟରଖିବା ସହ ଭାଇଚାରରେ ବିଭିନ୍ନ ପୂଜା ପାର୍ବଣକୁ ସଫଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ସର୍ବଦା ଚିରସ୍ମରଣୀୟ ହେଇରହିବ ବୋଲି ଅତିଥିମାନେ କହିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଅଜୟ କୁମାର ସାହୁ,ବୁଲୁ ମହାରଣା,ପ୍ରମୋଦ ପୃଷ୍ଟି,ଉଗ୍ରସେନ ନାୟକ,ଜିତେନ୍ଦ୍ର ବଳ,ଉମାକାନ୍ତ ଜେନା,ବିଶ୍ୱରଂଜନ ପୃଷ୍ଟି,ପୁଷ୍ପାନଶୁ ଶେଖର ଜେନା,ସନାତନ ସ୍ୱାଇଁ,ଦୈତାରୀ ରାଉତ,ଜଗନାଥ ରାଉତ,ନଟବର ଗନ୍ତାୟତ,ନିର୍ମଳ ସାହୁ,ପ୍ରେମାନନ୍ଦ ସ୍ୱାଇଁ ଓ ନବଘନ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ.

Related Posts

About The Author

Add Comment