ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା

Spread the love

ବାଲିଗୁଡା,୧୯/୦୫/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ  ଜିଲା ବାଲିଗୁଡା ତଥା ଏହାର ଆଖପାଖ  ଗାଁ ଗହଳିରେ ଥିବା ବିଭିନ୍ନ ମନ୍ଦିରରେ ଶୁକ୍ରବାର ପ୍ରତ୍ୟେକ ସଧବା ନାରୀମାନେ ନିଜ ନିଜ ସ୍ବାମୀଙ୍କ ସୁସ୍ଥ ନିରାମୟ ଜୀବନ ତଥା ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜ୍ୟେଷ୍ଠ ଅମାବାସ୍ୟା ରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରି ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କଲା ପରେ ଶିଳପୁଆରେ ଅଁଳା ହଳଦୀ ଲଗାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ବାରା ସଜାଇ ସାବିତ୍ରୀ ଦେବୀ ରୂପେ ସ୍ଥାପନା କରାଯାଇଥିଲା । ରୀତିନୀତି ଅନୁଯାୟୀ ଧୂପ, ଦୀପ, ପୁଷ୍ପ ଅର୍ପଣ କରିବା ସହ ପାଚିଲା ଆମ୍ବ, ପଣସ, ସପୁରୀ, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବଫଳ ଓ ଧୂଆମୁଗ ନୈବେଦ୍ୟ ରୂପେ ଅର୍ପଣ କରି ସାବିତ୍ରୀ ବ୍ରତ କରିଥାନ୍ତି। ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ପୂଜା କରିଥିବା ଦେଖିବାକୁ ମିଳିଛି।ପୁରାଣ କାହାଣୀ ଅନୁସାରେ, ଯମରାଜା ଆସି ସତ୍ୟବାନଙ୍କ ପ୍ରାଣ ନେବା ସମୟରେ ସାବିତ୍ରୀ ନିଜ ବୁଦ୍ଧି ଓ ସତୀତ୍ବ ବଳରେ ଯମରାଜଙ୍କଠାରୁ ନିଜ ସ୍ବାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ। ଏହାକୁ ଦୁଷ୍ଟିରେ ରଖି ଆଜିର ଦିନରେ ମହିଳାମାନେ ସକାଳୁ ସକାଳୁ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ଉପବାସ ରହି ନିଜ ନିଜ ସ୍ୱାମୀଙ୍କ ଉଦେଶ୍ୟରେ ପୂଜା କରିଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment