ସ୍ବାମୀଙ୍କୁ ପିଟିପିଟି ମାରିଦେଲେ ସ୍ତ୍ରୀ ଓ ଝିଅ 

Spread the love
ରାଉରକେଲା,  ୨୮/୦୬ (ସନ୍ଧାନ ନିଉଜ): ସ୍ବାମୀଙ୍କୁ ପିଟିପିଟି ମାରିଦେଲେ ସ୍ତ୍ରୀ ଓ ଝିଅ । ରାଉରକେଲା ବିଶ୍ରା ଥାନା କାଳିଆପୋଷ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ପୋଲିସ 35 ବର୍ଷୀୟା ସ୍ତ୍ରୀ ଏବଂ 19 ବର୍ଷୀୟା ଝିଅକୁ ଗିରଫ କରି ତଦନ୍ତ କରୁଥିବା ସୂଚନା ରହିଛି । ପୋଲିସ ମୃତ ବ୍ୟକ୍ତି ଜଣଙ୍କ ଏତୁଆ ମୁଣ୍ଡାରୀ ବୋଲି ଜଣାପଡିଛି ।ଏତୁଆ ମଦ ପିଇ ନିୟମିତ ଭାବେ ସ୍ତ୍ରୀ ଏବଂ ଝିଅକୁ ନିର୍ଯାତନା ଦେବା ସହ ମାଡ଼ ପିଟ କରୁଥିଲା । ଶନିବାର ଭୋରୁ ମା ଓ ଝିଅ ଶୋଇଥିବାବେଳେ ଏତୁଆ ସେମାନଙ୍କୁ ଉଠାଇ ଗାଳି ଗୁଲଜ କରିବା ସହ ମାଡ ମାରିଥିଲା । ଅତ୍ୟାଚାର ସହି ନପାରି ମା’ ଝିଅ ମିଶି କାଠ ଫାଳିଆ ଏବଂ ବାଡ଼ିରେ ପିଟି ପିଟି ଏତୁଆକୁ ମାରି ଦେଇଥିଲେ । ପୋଲିସ ରବିବାର ସକାଳୁ ମା’ ଝିଅଙ୍କୁ ଗିରଫ କରିଛି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Related Posts

About The Author

Add Comment