ସ୍ବଧାର ଗୃହରେ ଥଇଥାନ ହେଲା ଗୁରୁବାରୀ

Spread the love

କପ୍ତିପଦା,୦୩.୦୧.୨୦୨୧( ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା)-ବଦଳିଗଲା ପରିଚୟ  ନିଜ ଜୀବନକୁ ଏକା ଏକା ବାହୁଥିବା ବେଳେ ଲୋକଙ୍କ ହାତ ପରଷା ଖାଦ୍ୟରେ ବିତୁଥିଲା ଜୀବନ । ସବୁଦିନ ସମସ୍ତଙ୍କ ଭାଗ୍ୟରେ ଦୁଃଖ ଭଗବାନ ରଖୁଥାନ୍ତି । ଦୁଃଖୁନୀ ଗୁରୁବାରୀର ଭାଗ୍ୟ ବଦଳିଗଲା କେତେକ ବ୍ୟକ୍ତିଙ୍କ ଦରଦି ହୃଦୟ ପାଇଁ । ଆରପାରିରେ ବାପାମଆ, ପାଇଖାନା ଘରେ ବିତୁଛି ମୁକ ଗୁରୁବାରୀର ଜୀବନ ଶୀର୍ଷକ ଏକ ହୃଦୟସ୍ପର୍ଶୀ ଖବର ବାହାରିଥିଲା ୨୬ ତାରିଖ ଗଣମାଧ୍ୟମ ସମାଜରେ ମୁକ ଏବଂ ଅବିବାହିତ ଥିବାରୁ ଗୁରୁବାରୀ ନିଜ ଜୀବନକୁ ଏକା ଏକା ବାହୁଥିବାବେଳେ ଲୋକଙ୍କ ହାତ ପରଷା ଖାଦ୍ୟରେ ବଞ୍ଚୁଥୁଲା ଜୀବନ । ନିଜର ଝାଟିମାଟି ଘରଟି ବାତ୍ୟାରେ ଭୁଶୁଡ଼ି ପଡ଼ିବା ପରେ ପାଇଖାନା ସାଜିଥିଲା ତାର ଭରସାର ନୀଡ଼ । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଗଣମାଧ୍ୟମ ପ୍ରଶାସନର ଦୃଷ୍ଟିକୁ ଆଣିବା ପରେ ଗୁରୁବାରୀର ଏଭଳି ଅସହାୟ ପରେ ଯିଏ ଦେବଦୂତ ସାଜିଛନ୍ତି ସେ ହେଉଛନ୍ତି ସାମାଜିକ ସୁରକ୍ଷା ଅଧୂରୀ ନରେଶ ଚନ୍ଦ୍ର ବିନ୍ଧାଣୀ । ମାନବୀୟ ଗୁଣାବଳୀକୁ ସବୁ ମଣିଷ ଧରି ରମ୍ପାରନ୍ତିନି । ଯେଉଁ କେତେଜଣ ଏହାର ଅକାରୀ ହୁଅନ୍ତି ସେମାନେ ହୁଅନ୍ତି ବନ୍ଦନୀୟ । ସମାଜ ଚାଲେ ଏହିଭଳି କିଛି ମହାନୁଭବ ମଣିଷଙ୍କ ପାଇଁ । ସହାନୁଭୂତି ଆଉ ସମାନଭୂତିକୁ ଏକାକାର କରି କିଛି ମଣିଷ ଅନ୍ୟ ପାଇଁ ଦରଦୀ ହୁଅନ୍ତି । ସେମାନେ ସାଜନ୍ତି ସହୃଦୟ ମଣିଷ । ଆଜି ଶ୍ରୀ ବିନ୍ଧାଣୀଙ୍କ ସହିତ କପ୍ତିପଦା ବିଡ଼ିଓ ସତ୍ୟନାଥ ନାଏକ, ବ୍ଲକ୍ ସାମାଜିକ ସୁରକ୍ଷା ଅକାରୀ ଦଳେଇ ସିଂ, ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ତପନ ରାଉତ ତାଙ୍କ ଘରେ ପହଞ୍ଚି ଖବରର ସତ୍ୟାସତ୍ୟ ଉପଲବ୍ଧି କରି ଯେଉଁ ସହୃଦୟତା ଦେଖାଇଛନ୍ତି ତାର ପଟାନ୍ତର ନାହିଁ । ଗୁରୁବାରୀର କେହି ନଥିବାରୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସ୍ୱାଧାର ଗୃହରେ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ତାର ସମସ୍ତ ଚିକିତ୍ସା ପ୍ରଶାସନ ତରଫରୁ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ବିନ୍ଧାଣୀ । ପ୍ରକାଶ ଥାଉକି, କପ୍ତିପଦା ବ୍ଲକ୍ ମଝିଗଡ଼ିଆ ପଞ୍ଚାୟତ ରାଇଡ଼ିହା ଗ୍ରାମରେ। ପିତା କଣ୍ଠ ମିରିଡ଼ିଆଙ୍କ ଦୁଇଗୋଟିଏ ଝିଅ । ଜଣେ ବିବାହିତ ଆଉ ଜଣେ ଦିବ୍ୟାଙ୍ଗ ଗୁରୁବାରୀ ମିରିଡ଼ିଆ(୩୫) । ଯେଉ ବୟସରେ ବାପାମାଆଙ୍କ ସ୍ନେହ ପାଇବା କଥା ସେହି ସମୟରେ ବାପାମାଆ ଛେଉଣ୍ଡ ଦିବ୍ୟାଙ୍ଗ ଗୁରୁବାରି । ମାଆର ପଣତକାନି ହୋଇଯାଇଥିଲା ସାତ ସପନ । ବାପାମାଆଙ୍କ ମୃତ୍ୟୁ ପରେ ଝାଟିମାଟି ଘର ମାଟିରେ ମିଶିଯିବା ପରେ ପାଇଖାନା ସାଜିଥିଲା ତାର ଭରସାର ନୀଡ଼ । ଜୀବନ ଦୋଛକିରେ ଜୀବନ ଅତିବାହିତ କରୁଥିବା ଗୁରୁବାରୀଙ୍କୁ ଏମିତି କି ଜୀବନ ଯେଉଁଠି ଆହା କହିବାକୁ କେହି ନାହିଁ କି ସାହା ଦେବାକୁ ନା କିଏ ଆଗକୁ ଅଛି ନା ଅଛି କିଏ ପଛକୁ। ଏହିଭଳି ମୁକ ବି ଦିବ୍ୟାଙ୍ଗ ମୁକ ଗୁରୁବାରୀ ସତେ ଯେପରି ମନରେ ଜାବୁଡ଼ି ଧରିଛନ୍ତି ଅସରନ୍ତି ଦୁଃଖଯନ୍ତ୍ରଣାର କୋହକୁ । ରାଜ୍ୟ କେନ୍ଦ୍ର ସରକାରଙ୍କ ଅସହାୟ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନାର କାଣିଚାଏ ତାନିକଟରେ ପହଞ୍ଚିପାରିନଥିଲା । କପ୍ତିପଦା ଦିବ୍ୟାଙ୍ଗ ମଞ୍ଚର ଦାବି ପରେ ତାକୁ ଖାଦ୍ୟ ନିରାପତ୍ତା ଯୋଜନାରେ ମିଳିଥିଲା ୫କିଲୋ ଚାଉଳ ଏବଂ ଅବିବାହିତ ଭଭା ୫୦୦ ଟଙ୍କା ଯୋଗ୍ୟ ତାଲିକାରେ ନାମ ନଥିବାରୁ ପ୍ରଧାନମନ୍ତ୍ରୀ ଆବାସଟିଏ ମଧ୍ୟ ମିଳିପାରିନି ତାକୁ । ପାଇଖାନା ଘରେ ଜଣେ ଦିବ୍ୟାଙ୍ଗ ରହୁଥିବାର ଖବର ପାଇ କପ୍ତିପଦା ଭିନ୍ନକ୍ଷମ ମଞ୍ଚ କପ୍ତିପଦା ବିଡ଼ିଓଙ୍କୁ ଯାଇ ତୁରନ୍ତ ଉକ୍ତ ମହିଳାକୁ ଏକ ଘର ଯୋଗାଇ ଦେବାକୁ ଦାବି ଜଣାଇବା ସହିତ ଲିଖ ଦୃଷ୍ଟି ଆକର୍ଷଣ କରିଥିଲେ । ୪ ତାରିଖ ସୁଦ୍ଧା ଏହାର ସଜମିନ୍ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ୫ ତାରିଖଠାରୁ ଭିନ୍ନକ୍ଷମ ମଞ୍ଚ ଗୁରୁବାରୀ ପାଇଁ ଅନିର୍ଦ୍ଦିଷ୍ଟ କାଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଜଣାଇଥିଲେ । ଏ ସଂପର୍କରେ ମଧ୍ୟ ମଞ୍ଚ କପ୍ତିପଦା ଉପଜିଲ୍ଲାପାଳ, ଥାନାକୁ ଅବଗତ କରିଥିବା ଜାଣିବାକୁ ମିଳିଛି । ତେବେ ପାଇଖାନା ଘରେ ରହୁଥିବା ଗୁରୁବାରୀ ଧାର ଗୃହରେ ଥଇଥାନ ହେବା ପରେ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି ।

Related Posts

About The Author

Add Comment