ଧର୍ମଶାଳା, (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ହରିଦସାପୁର ମୌଜାରେ ରାମୋକ ସିମେଂଟ କମ୍ପାନୀ ପକ୍ଷରୁ ଏକ ସିମେଂଟା ପ୍ଲାଟ ସ୍ଥାପନ କରାଯାଇଛି । ଜମି ଅଧିଗ୍ରହଣ ଏବଂ ବିସ୍ତାପତି ଅଂଚଳର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ ପ୍ରତିଷ୍ଠା ସମୟରେ କୁହାଯାଇଥିବା ବେଳେ କମ୍ପାନୀ ତାହା ପାଳନ କରିନାହିଁ । ଅପର ପକ୍ଷରେ ବାହାରୁ ଲୋକଙ୍କୁ ନିଯୁକ୍ତି ଦେବା ସହିତ ଅଂଚଳର ବିକାଶକୁ ଗୁରୁତ୍ୱ ଦେଉନାହିଁ । କମ୍ପାନୀ ସ୍ଥାପନ ନିୟମ ମୁତାବକ ଯେଉଁଠାରେ କମ୍ପାନୀ ପ୍ରତିଷ୍ଠା ହେବ ସେହି ଅଂଳଚରେ ସର୍ବପ୍ରଥମେ ଗ୍ରାମ ସଭା ଏବଂ ପଲ୍ଲୀ ସଭା କରାଯାଇ କମ୍ପାନୀ ସ୍ଥାପନ ହେବ ନାଁ ନାହିଁ ଲୋକମାନଙ୍କ ମତାମତ ନିଆଯିବ । ପରେ ନିକଟସ୍ଥ ଅଂଚଳର ୬୦ପ୍ରତିଶତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତ ଦିଆଯିବାର ନିୟମ ରହିଛି । ମାତ୍ର କମ୍ପାନୀ କର୍ତ୍ତପକ୍ଷ ତାହା ନକରି ବାହାର ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟା ଦେଉଛି । ଯାହା ଫଳସ୍ୱରୁପ ଏହି ଅଂଚଳର ଲୋକମାନେ ପଦୃଷଣ ବଳୟରେ ଛଟପଟ ହେବା ସହିତ ବେକାରୀ ଯୁବକ ଯୁବତୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବହୁବାର ସ୍ଥାନୀୟ ଲୋକ ରୋମକ ସମ୍ମୁଖରେ ଧାରଣ ଦେବା ପରେ ମଧ୍ୟ କମ୍ପାନୀ ଏହାପ୍ରତି କର୍ଣ୍ଣପାତ କରୁନାହାହିଁ । ଆଜି ଧର୍ମଶାଳା ବକାଶ ପରିଷଦ ନେତୃତ୍ୱରେ ଏକ ସର୍ବଦଳୀୟ ଭାବେ କମ୍ପାନୀ କାର୍ଯ୍ୟଳୟ ସମ୍ପୁଖରେ ଧାରଣା ଦିଆଯାଇଥିଲା । ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବିଜେପି ନେତା କାହ୍ନୁ ଚରଣ ଦାଶ, ସାଧରଣ ସମ୍ପାଦକ କଂଗ୍ରେସ କମିଟିର ଅଖିଳ କମୁାର ସ୍ୱାଇଁ, ଜିଲ୍ଲା କଂଗ୍ରେସ ସାଧରଣ ସମ୍ପାଦକ ପ୍ରଫୁଲ୍ଲ ରାଉତ, ବିଜେପି ଯୁବ ନେତା ସୁରେଶ ଜେନା, କଳିଙ୍ଗସେନା ନେତା ରବିନ୍ଦ୍ର ଧିର, ବିକାଶ ପରିଷଦ କୋଷାଧ୍ୟକ୍ଷ ସୁନାକର ପାଳ, ଧର୍ମଶାଳା ବିକାଶ ପରିଷଦ ସମ୍ପାଦକ ବିରଂଚି ସାହୁ, ଦିଲ୍ଲିପ ପ୍ରଧାନ, ବିଜି ବିଶ୍ୱାଳ, ଧର୍ମାନନ୍ଦ ସାହୁ, ମହେଶ୍ୱର ବିଶ୍ୱାଳ, ତଫିହିମୁଲ କିନିୟାନ, ବିକ୍ରମ ସାହୁ, ତିଳକ ରାଉତ, ନିରଞ୍ଜନ ସମାଲ ସମେତ ବହୁ ବେକାର ଯୁବକ ଯୁବତୀ ଧାରଣରେ ସାମିଲ ହୋଇଥିଲେ । ପରେ ଏକ ଦାବିପତ୍ର ରାମୋକ ଏମ.ଡିଙ୍କୁ ପ୍ରଦାନ କରାଯାଇଥିଲା । ଯଦି ୧୫ଦିନ ଭିତରେ ଦାବି ପୂରଣ ନହୁଏ ତେବେ ଏକ ବଡଧରଣ ଗଣଆନେ୍ଦାଳନ ହେବ ବୋଲି ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ।
Report- Manas Rout