ସୁନ୍ଦରଗଡ ତା;୮/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ବ୍ଲକର ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲା ପ୍ରଗତିଦଳ ବାଲିସଙ୍କରା ବ୍ଲକ ଘେରାଉ କରିଥିଲେ । ବିଜୁପକ୍କା ଘର, ଖାଉଟି କାଡ଼ର ଅନିୟମିତତା ସହିତ ସ୍ୱଳ୍ପବୃଷ୍ଟିପାତ ଯୋଗୁଁ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲା ପ୍ରଗତି ଦଳ ସଭାପତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଗତି ଡାକ ସହିତ ଶତାଧିକ ମହିଳା ଓ ପୁରୁଷ ବ୍ଲକ ଗେଟ ଆବଦ୍ଧ କରି ଆନ୍ଦୋଳନ କରିଥିଲେ ।ଜିଲ୍ଲା ପ୍ରତ୍ୟେକ ବ୍ଲକରେ ବୃଷ୍ଟିପାତର ଅନିୟମିତତା ଦ୍ୱାରା
ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଅଞ୍ଚଳର ଅନେକ ଚାଷୀ ଚାଷ ଉପରେ ନିର୍ଭର କରୁଥିବା ବେଳେ ତାଙ୍କ ମେରୁଦଣ୍ଡ ଭାଙ୍ଗିପଡିଛି । ପ୍ରତ୍ୟେକ ପରିବାର ଚାଷ ଉପରେ ନିର୍ଭରକରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଲେ ଚାଷ ଅମଳକ୍ଷମ ହୋଇପାରିନାହିଁ ।ଫଳରେ
ଚାଷୀ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହେବା ସହିତ ଆର୍ଥିକ ଦୁରାଵସ୍ଥାରେ ଦିନ କାଟୁଛନ୍ତି । ଏଣୁ ପ୍ରତ୍ୟେକ ଅଞ୍ଚଳକୁ ଚିହ୍ନଟ କରି କ୍ଷତିପୂରଣ ଦାବି ରେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସ୍ଥାନୀୟ ସମସ୍ୟାକୁ ଭିତ୍ତିକରି ପ୍ରଗତି ଦଳର ବ୍ଲକ କାର୍ଯାଳୟ ଘେରାଉ,ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ
|
October 8, 2021 |