ସ୍ଥାନୀୟ ଯାଞ୍ଚ ପରେ ତହସିଲଦାର ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ବାସିନ୍ଦା ପ୍ରମାଣପତ୍ର (Residence Certificates) ପ୍ରଦାନ କରିବାକୁ କୁହାଯାଇଛି।

Spread the love

ପ୍ରକାଶିତ ସରକାରୀ ତଥ୍ୟ  ଅନୁଯାୟୀ, ପୂର୍ବରୁ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୧୫,୩୭,୧୦୧ ଥିବାବେଳେ ସଂଶୋଧନ ପରେ ଏବେ ମୋଟ ସଂଖ୍ୟା ୧୪,୩୨,୦୮୭ ହୋଇଛି। ଏହି ପ୍ରକ୍ରିୟାରେ ବିଭିନ୍ନ କାରଣରୁ ୧,୦୫,୦୧୪ ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନର ସଂଶୋଧିତ ତାଲିକାରେ ୭,୪୬,୫୨୯ ଜଣ ପୁରୁଷ ଭୋଟର, ୬,୮୫,୫୦୧ ଜଣ ମହିଳା ଭୋଟର ଏବଂ ୫୩ ଜଣ ଟ୍ରାନ୍ସଜେଣ୍ଡର (Transgender) ଭୋଟର ସାମିଲ ଅଛନ୍ତି। ଯାଜପୁର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨,୨୮,୪୪୫ ଭୋଟର ଥିବାବେଳେ ବଡ଼ଚଣାରେ ସର୍ବନିମ୍ନ ୧,୭୩,୬୫୦ ଭୋଟର ରହିଛନ୍ତି।  ରାସନାଲାଇଜେସନ ପ୍ରକ୍ରିୟା ପରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ନିର୍ବାଚନ ମଣ୍ଡଳୀରେ ବୁଥ୍ ସଂଖ୍ୟା ୨୦୪୬ ବୃଦ୍ଧି ପାଇଛି ବୋଲି ତଥ୍ୟରୁ ଜଣାପଡ଼ିଛି। ବିଞ୍ଝାରପୁରରେ ୬୫ଟି, ବରୀରେ ୬୭ଟି, ବଡ଼ଚଣାରେ ୫୫ଟି, ଧର୍ମଶାଳାରେ ୬୧ଟି, ଯାଜପୁରରେ ୫୮ଟି, କୋରେଇରେ ୫୨ଟି ଏବଂ ସୁକିନ୍ଦାରେ ୪୯ଟି ନୂତନ ବୁଥ୍ ସୃଷ୍ଟି କରାଯାଇଛି। ଏହି ସମଗ୍ର କାର୍ଯ୍ୟ ପାଇଁ ଜିଲ୍ଲାରେ ୨୦୪୬ ଜଣ ବିଏଲଓ (BLO) ଏବଂ ୨୦୫ ଜଣ ବିଏଲଓ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ର ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁଯାୟୀ, ଆଜିଠାରୁ ଅର୍ଥାତ୍ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲର ଅବଧି ଧାର୍ଯ୍ୟ କରାଯାଇଛି। ଏହାପରେ ୫ ଜୁଲାଇରୁ ୨ ସେପ୍ଟେମ୍ବର ମଧ୍ୟରେ ଆପତ୍ତି ଅଭିଯୋଗର ଯାଞ୍ଚ ଓ ନିଷ୍ପତ୍ତି ପ୍ରକ୍ରିୟା ଶେଷ ହେବ ଏବଂ ଆସନ୍ତା ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା (Final Electoral Roll) ପ୍ରକାଶ ପାଇବ। ଯୋଗ୍ୟ ନାଗରିକମାନେ ଏହି ସମୟ ମଧ୍ୟରେ ନିଜ ନାମ ଯାଞ୍ଚ କରିବା ସହ ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଶିବାନନ୍ଦ ସ୍ବାଇଁ, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଉପ ଜିଲ୍ଲାପାଳ ପଲ୍ଲବୀ ରାଣୀ ରାଜ, ଡେପୁଟି କଲେକ୍ଟର, ଇଲେକ୍ସନ, ଶ୍ରୀ ଅଶୋକ କୁମାର ଦେହୁରୀ, ଜିଲ୍ଲା ସଭାପତି, ବି.ଜେ.ପି ଶ୍ରୀମତୀ ଦେବଯାନୀ ପ୍ରଧାନ, ବି.ଜେ.ଡି ପ୍ରତିନିଧି ଶ୍ରୀ ରମଣୀ ରଞ୍ଜନ ରାଉତରାୟ, ଜାତୀୟ  କଂଗ୍ରେସ ପ୍ରତିନିଧି ଶ୍ରୀ ସଂଗ୍ରାମ ସାହାଣୀ, ବି.ଏସ.ପି ପ୍ରତିନିଧି ଅକ୍ଷୟ କୁମାର ଜେନା, ସି.ପି.ଆଇ.ଏମ୍ ପ୍ରତିନିଧି ଶ୍ରୀ ନିର୍ମଳ ରଥ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Related Posts

About The Author

Add Comment