ସ୍କାଏ ଲାଇଟ୍ ଦେଇ ସୁନା ଦୋକାନ ଭିତରେ ପଶୁଛି କିଭଳି; ସିସିଟିଭି ଭିଜୁଆଲରେ କଏଦ ହେଲା ଲୁଟ୍ ର ଦୃଶ୍ୟ

Spread the love

ପଟ୍ଟାଇମୁଣ୍ଡାଇ, 09.02.201 (ସନ୍ଧାନ ନିଉଜ୍ ):-   ସିସିଟିଭି ଭିଜୁଆଲରେ କଏଦ ହେଲା ଲୁଟ୍ ର ଦୃଶ୍ୟ । ଚୋର କିଭଳି ସ୍କାଏ ଲାଇଟ୍ ଦେଇ ସୁନା ଦୋକାନ ଭିତରେ ପଶୁଛି କିଭଳି ଚୋରି କରୁଛି ସେସବୁର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଭିଜୁଆଲରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ଏସି ଭାଙ୍ଗି କୌଶଳକ୍ରମେ ନିଜ ଗୋଡ ଦୋକାନ ଘର ଭିତରକୁ ଭର୍ତ୍ତି କରିବା ପରେ ନିଜେ ଖସିପଡୁଛି । ଆଉ ପରେ ସୁନା ଦୋକାନରୁ ପାଖାପାଖି ୧୦୦ ଗ୍ରାମରୁ ଅଧିକା ସୁନା ଚୋରି କରିନେଇ ଚାଲିଯାଉଛି । ଏଭଳି ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରସାଦ ଜୁଏଲର୍ସର । ତେବେ ଦୋକାନ ମାଲିକ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ସିସିଟିଭି ଭିଜୁଆଲ ଆଧାରରେ ପୋଲିସ ଛାନଭିନ୍ ଜାରି ରଖିଥିଲା । ତେବେ ଅଭିଯୁକ୍ତର ପୁରୁଣା ଚୋରି ରେକର୍ଡ ଥିବାରୁ ଅଭିଯୁକ୍ତକୁ ଥାନାକୁ ଡକାଇ ଅଭିଯୁକ୍ତ ସହ ସିସିଟିଭି ଭିଜୁଆଲର ଫଟୋକୁ ମିଶାଇଥିଲା ପୋଲିସ । ତେବେ ଅଭିଯୁକ୍ତର ପ୍ରମାଣ ଓ ଫଟୋ ସମାନ ଆସିବାରୁ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ପୋଲିସ ।

Related Posts

About The Author

Add Comment