ସୋନପୁର ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ପ୍ରାର୍ଥୀନୀ ସୋନାଲି ବିଶି ଙ୍କ ମାରାଥନ ପ୍ରଚାର

Spread the love

ସୁୁବର୍ଣ୍ଣପୁର/ସନ୍ଧାନ ନ୍ୟୁଜ: ସୋନପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ରହିଛି। ଏଠାରେ ବିଜେଡି ର ହେଭିୱେଟ ନିରଞ୍ଜନ ପୂଜାରୀ ଛିଡ଼ା ହୋଇଥିବା ବେଳେ ବିଜେଡି ବିଜେପି କୁ କଡା ଟକ୍କର ଦେବା ପାଇଁ ଜୋରସୋର ରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ୱାଧୀନ ପ୍ରାର୍ଥୀନୀ ସୋନାଲି ବିଶି। ଗାଁ କୁ ଗାଁ ଓ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସୋନାଲି ବିଶି। ତାଙ୍କୁ କଇଁଚି ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ବେଳେ ଡୁଙ୍ଗୁରିପାଲି ବ୍ଲକ ପ୍ରଚାର ସାରି ଗତ କାଲିଠୁ ତରଭା ବ୍ଲକର ସଦର ତଥା ବିଭିନ୍ନ ଛକ ଓ ସାପ୍ତାହିକ ବଜାର ନିକଟରେ ଜୋର ସୋରରେ କରିଛନ୍ତି ପ୍ରଚାର ପ୍ରସାର। ଏହି ପ୍ରଚାର ବେଳେ ତରଭା ଅଂଚଳରେ ବିଗତ ଚାରିବର୍ଷରୁ ଉର୍ଦ୍ଧ ହେବ ହୋଇଥିବା ଭୟାବହ ବନ୍ୟାରେ ଲୋକେ ଉଚିତ କ୍ଷତି ପୁରଣ ପାଇନଥିବା, ତରଭାକୁ ସବଡିଭିଜନ ଦାବି କରି ଆସୁଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରତିଶୁତି ଦେଇ ଲୋକଙ୍କୁ ଠକୁଥିବା, ରାସ୍ତା ଉପରେ ରାସ୍ତା ନିର୍ମାଣ , ଠିକାଦାର ପୋଷା ନୀତି, ଚାଷୀ ମାରଣା ନୀତି ଆଦି ଉପରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଛି। ସେ ଯଦି ସୋନପୁର ବିଧାୟିକା ଭାବେ ନିର୍ବାଚିତ ହେଲେ ଚାଷୀଙ୍କ ଧାନ ବିନା କଟଣି ଛଟନି ରେ ଉଠାଯିବା ସହ ସମସ୍ତଙ୍କ ମୌଳିକ ଅଧିକାର କୁ ପ୍ରାଥମିକତା ଦେବା ସହ ସମସ୍ତ ସୁବିଧା କରିବା ତଥା ବାକିଥିବା ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ ବୋଲି କହିଛନ୍ତି।

Related Posts

About The Author

Add Comment