ରାଉରକେଲା; (ସନ୍ଧାନ ନିୟୁଜ/ସୁବୋଧ ନାୟକ):ଭାରତର ରାଷ୍ଟ୍ରାୟତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼(ସେଲ)ର ସ୍ଥାପନା ଦିବସ ଆଜି ଜାନୁଆରୀ ୨୪ ତାରିଖ । ଏହି ଅବସରରେ ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସଭାପତି ଶିବଶଙ୍କର ନାୟକ ଓ ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତଙ୍କ ଅଧ୍ୟକ୍ଷତାରେ ସାରନଗରୀ ମିନି ଷ୍ଟାଡ଼ିୟମଠାରେ ପୂର୍ବାହ୍ନ ପ୍ରାୟ ୭ଟାରେ ଏକ ମିନି ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା । ଏହି ଦୌଡ଼ ସାରନଗରୀ ଅଂଚଳ ପରିକ୍ରମା କରି ସେଲ ସ୍ଥାପନା ଦିବସର ବାର୍ତା ବାଂଟିଥିଲା । ମିନି ମାରାଥନରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଯୁବକ, ଯୁବତୀ, ମହିଳା ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । ମିନି ମାରାଥନ ଦୌଡ଼ାଳୀ ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ବିସ୍କୁଟ, ଓଆରଏସ ପାନୀୟ ଜଳ, ବିସ୍କୁଟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଦସ୍ୟ, ଆରଏସପି ସେଲ ହସ୍ପିଟାଲର କର୍ମଚାରୀ, ଟାଙ୍ଗରପାଲୀ ପୁଲିସ କର୍ମୀ ସହଯୋଗ କରିଥିଲେ । ଦୌଡ଼ରେ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଟ୍ରଷ୍ଟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ମିନି ମାରାଥନ କାର୍ଯ୍ୟକ୍ରମରେ ସେକ୍ଟର-୨୨ ଏମ୍ପୋଲୟିଜ ଟ୍ରଷ୍ଟ ପକ୍ଷରୁ ଯୁଧିଷ୍ଠିର ପଶାୟତ, ନିରାକାର ମଲ୍ଲିକ, ନରେନ୍ଦ୍ର ମଲ୍ଲିକ, ସୁକନାଥ ବିଶୋଇ,ସଂଜୟ ପଣ୍ଡା, ସୁକାନ୍ତ ମହାନ୍ତି, ପ୍ରହଲ୍ଲାଦ ନାୟକ, ଦାମୋଦର ଧଳ, ଟି.ଏନ. ରାଓଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ରହାସ ବିହାରୀ ମହାପାତ୍ର, ସରୋଜ ବେହେରା, ପର୍ଶୁରାମ ମହାନ୍ତି(ବୁଲ ). ସାମାଜିକ କର୍ମୀ ସୁବୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସେଲ ସ୍ଥାପନା ଦିବସ: ସେକ୍ଟର-୨୨ ଏମ୍ପୋଲୟିଜ ପକ୍ଷରୁ ମିନି ମାରାଥନ
|
January 24, 2020 |
