ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ପୋଲିସର ତଦନ୍ତ ଜୋରଦାର
ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ପୋଲିସର ତଦନ୍ତ ଜୋରଦାର
Manas Kumar Rout |
January 16, 2019 |
କନ୍ଧମାଳ,୧୬/୧ (ସନ୍ଧାନ ନିୟୁଜ)ଦାରିଙ୍ଗବାଡ଼ି ଏକ ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା ପରେ ପୋଲିସର ତଦନ୍ତ ଜୋରଦାର କରାଯାଇଛି ା ଦୁଇଦିନର ଛୁଟି ପରେ ମଙ୍ଗଳବାର ବିଦ୍ୟାଳୟ ଖୋଲିଛି। ବାଲିଗୁଡ଼ା ଏସ୍ଡିପିଓ ନୀତିନ କୁଶାଲକର,ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ, ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଚନ୍ଦ୍ରିକା ସ୍ବାଇଁ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ବିତ କରୁଛନ୍ତି ା ଆବଶ୍ୟକ ପ୍ରମାଣ ପୋଲିସ ସଂଗ୍ରହ କରିବାକୁ ଉଦ୍ୟମ ରଖିଛି। ସେପଟେ ଘଟଣାରେ ସମସ୍ତ ୧୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବଦଳି ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୪ ଜଣ ନିଲମ୍ବିତ ପରେ କନ୍ୟାଶ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ା ସେ କହିଛନ୍ତି ଯେ ନୂତନ ଭାବେ ୮ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଜିଲା ପ୍ରଶାସନ ଉକ୍ତ ସେବାଶ୍ରମରେ ନିଯୁକ୍ତି ଦେଇଛନ୍ତି। ସେମାନେ ନିଜ ଦାୟିତ୍ୱ ନେବା ପରେ ପାଠପଢ଼ା ଆରମ୍ଭ କରିଛନ୍ତି ା
Related Posts
About The Author