ସେନା ଦିବସରେ ସେନା ମୁଖ୍ୟଙ୍କ ଘରେ ରାତ୍ରି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ,  ୧୫/୦୧/୨୦ (ସନ୍ଧାନ ନିଉଜ) : ୭୨ତମ ସେନା ଦିବସ ଅବସରରେ ବୁଧବାର ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱଣେଙ୍କ ବାସଗୃହରେ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଆୟୋଜନ କରାଯାଇଥିବା ଏହି ଭୋଜନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାମିଲ ହୋଇଛନ୍ତି।

ସେନା ଦିବସ ପାଳନ ଅବସରରେ ଆଜି ନୂଆଦିଲ୍ଲୀରେ ଚିତ୍ତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା। ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହାସହିତ ସେ ସାହାସିକତା ପ୍ରଦର୍ଶନ କରିଥିବା ସେନା ଯବାନମାନଙ୍କୁ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ। ସ୍ଥଳ ସେନା ପ୍ରମୁଖ ଜେନେରାଲ ମୁକୁନ୍ଦ ନରୱଣେ ଏହି ଅବସରରେ କହିଥିଲେ, ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଉଛେଦ ଏକ ଐତିହାସିକ ଘଟଣା।

Related Posts

About The Author

Add Comment