ରାଉରକେଲା /ଲାଠିକଟା, ୧୫/୦୮/୨୦୨୦ (ସନ୍ଧାନ ନିଉଜ): ଆଜି ଦକ୍ଷିଣ ରାଉରକେଲା ସାରନଗରୀର ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ କାର୍ଯ୍ୟାଳୟରେ କୋଭିଡ଼ ନିୟମ ମାନି ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଅଜୟ ରାୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଅନ୍ୟମାନେ ମୁହଁରେ ମାସ୍କ ପିନ୍ଧି ପାଳିଥିଲେ ସ୍ୱାଧୀନତା ଦିବସ । ଜାତୀୟ ସଙ୍ଗୀତ ଗାନ ସହ ସଭିଁଙ୍କ ପାଖରେ ଦେଶ ପ୍ରିତୀର ଝଲକ ବାରି ହେଉଥିଲା । ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତ, ସଂଜୟ ପଣ୍ଡା, ନରେନ୍ଦ୍ର ମଲ୍ଲିକ, ସୁକାନ୍ତ ମହାନ୍ତି, ସୁକନାଥ ବିଶୋୟୀ, ଦାମୋଦର ଧଳଙ୍କ ସମେତ ସାମ୍ବାଦିକ ସରୋଜ ବେହେରା, ସୁବୋଧ ନାୟକ ପ୍ରମୁଖ ଏହି ଜାତୀୟ ଉତ୍ସବରେ ସାମିଲ ହୋଇଥିଲେ । ଅପରପକ୍ଷରେ ଆରଏସପି ପକ୍ଷରୁ ସାତ ତାଲାରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଆରଏସପି ସିଇଓ ଦୀପକ ଚଟ୍ଟରାଜ ଜାତୀୟ ପତାକା ଉତୋଳନ କରିଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେକ୍ଟର-୬ ଓ ସେକ୍ଟର-୨୨ ଷ୍ଟାଡ଼ିୟମରେ ପ୍ୟାରେଡ଼କୁ ବାତିଲ କରି ଦିଆଯାଇଥିଲା ।