ସେକ୍ଟର-୧୬ ଦୁର୍ଗାପୂଜା: ରିହାତିରେ ସେବା ଯୋଗାଇବ ଜୁଗୁନୁ

Spread the love

ରାଉରକେଲା,୧୮/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ସେକ୍ଟର-୧୬ ଦୁର୍ଗାପୂଜା କମିଟି ଡାଏମଣ୍ଡ ଜୁବୁଲି ପାଳନ କରୁଛି । ଏଥିପାଇଁ ବାହୁବଳିର ମାହେଶ୍ୱତା ଭବନ ଢାଞ୍ଚାରେ ପେଣ୍ଡାଲ ପ୍ରସ୍ତୁତ ଚାଲିଛି । ଏହାକୁ ଦେଖିବା ପାଇଁ ସହର ତଥା ସହର ବାହାରୁ ବହୁ ଦର୍ଶକ ଆସିବା ସମ୍ଭାବନା ଥିବାରୁ ଜୁଗନୁ କମ୍ପାନୀ ଦର୍ଶକଙ୍କ ଯାତାୟତ ପାଇଁ ୫୦ ପ୍ରତିଶତ ରିହାତିରେ ଅଟୋ, କାର, ବାଇକ୍ ଆଦି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ପୂଜା କମିଟି ଏନେଇ ସାମ୍ବାଦିକ ସମ୍ମିଳନିରେ ସାର୍ବଜନୀନ କରି ଜନସାଧାରଣଙ୍କ ସୁବିଧା ପାଇଁ ଏହାର ସୁଯୋଗ ନେବା ପାଇଁ ପୂଜା କମିଟି ସହ ଯୋଗାଯୋଗ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି । ଏହି ସୁବିଧା ଆସନ୍ତା ଅକ୍ଟୋବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସାମ୍ବାଦିକ ସମ୍ମିଳନୀରେ ସଭାପତି ଗୌତମ ବାଡା, ସାଧାରଣ ସମ୍ପାଦକ ଶୁକ୍ରୁ ବିଭାର, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ବାଡା, ଉପସଭାପତି ଅନୀଲ ସିଂ, ମୁରଲୀ ବାଡା, ଲଲନ ଠାକୁର, ବନମାଳୀ ବିଶୋୟୀ, ବିଜୟ ରଜାକ, ସହ-ସମ୍ପାଦକ ନାରାୟଣ ସାହୁ, ଇନ୍ଦର ସିଂ, ପଙ୍କଜ ସାମଲ, ସୋନୁ ସିଂ, ସଞ୍ଜୟ ସାହୁ, ଅମୀତ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟ ରାଜା ଷଡଙ୍ଗୀ, ବ୍ରହ୍ମାନନ୍ଦ ବସ୍ତିଆ, ଜଗା ରାଉତ, ଯୋଗେଶ ସିଂ, ମନୋଜ ଶ୍ରୀରାମ, ଅଜୟ ଦାସ, ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment