ଯାଜପୁର, ତା ୨୮ା୧୨ : ସୂଚନା ଓ ଲୋକ ସଂପର୍କ ବିଭାଗର ଊପନିର୍ଦ୍ଦେଶକ,
କେନ୍ଦ୍ରାଂଚଳ, କଟକ ର ହେମନ୍ତ କୁମାର ନାୟକ ବୁଧବାର ଯାଜପୁର ଜିଲ୍ଳ୍ା ସୂଚନା
ଓ ଲୋକ ସଂପର୍କ କାର୍ଯ୍ୟାଳୟକୁ ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା
କରିଥିଲେ । ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର
ଶତପଥୀ କାର୍ଯ୍ୟାଳୟରେ ଊପନିର୍ଦ୍ଦେଶକଙ୍କୁ ସ୍ୱାଗତ କରିବା ସହ ବିଭାଗର
ବିଭିନ୍ନ ପ୍ରସଙ୍ଗ ଊପରେ ଅବଗତ କରାଇଥିଲେ । ସରକାରଙ୍କର ବିଭିନ୍ନ ଯୋଜନାର
ପ୍ରଚାର, ପ୍ରସାର, ଜନସାଧାରଣଙ୍କୁ ସୂଚନା ପ୍ରଦାନ, ବିଭିନ୍ନ ଯୋଜନାର ସପଂଳ
କାହାଣୀ ପ୍ରସ୍ତୁତ ସହ ପ୍ରକାଶନ, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଓଡିଶା
ଆନୁଆଲ ରେପଂରେନ୍ସ ପୁସ୍ତକ ବଣ୍ଟନକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ
ନାୟକ ପରାମର୍ଶ ଦେଇଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ସରକାର ଓ
ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ ହୋଇଥିବାରୁ ପ୍ରଶାସନ, ଗଣମାଧ୍ୟମ ଓ
ଜନସାଧାରଣଙ୍କ ସହ ଉତମ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟାଳର ସମସ୍ତ ଆବଶ୍ୟକୀୟ ନଥି ନିରୀକ୍ଷଣ ପରେ ସ୍ଥାନୀୟ ଗୈାତମ ବୁଦ୍ଧ
ସଂସ୍କୃତି ଭବନ ପରିସରରେ ଚାଲିଥିବା ପାଠାଗାର ପରିଦର୍ଶନ ସହ ପାଠକ ମାନଙ୍କ
ଅଭାବ ଅସୁବିଧା ସମ୍ୱନ୍ଧରେ ପଚାରି ବୁଝିଥିଲେ । ସୂଚନା ଓ ଲୋକ ସଂପର୍କ
କାର୍ଯ୍ୟାଳୟ, ଯାଜପୁରର ବିଭିନ୍ନ ଅଭାବ ଅସୁବିଧା ଯଥା କର୍ମଚାରୀ ଅଭାବ,
ଗାଡିର ଆବଶ୍ୟକତା, ବିଭିନ୍ନ ଆସବାବପତ୍ର ଆବଶ୍ୟକତା, କମ୍ପ୍ୟୁଟର
ଯୋଗାଣ ଇତ୍ୟାଦି ସଂପର୍କରେ ଉପନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ
କରାଯାଇଥିଲା । ଏହି ସମୀକ୍ଷା ସମୟରେ ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର
କାନୁନ୍ଗୋ, କନିିଷ୍ଠ କ୍ଷିପ୍ରଲେଖିକା ମିନତୀ ଦାଶ, ପ୍ରୋଜେକ୍ସନିଷ୍ଟ
ଶାନ୍ତନୁ କୁମାର ସାହୁ, କନିଷ୍ଠ ଭଣ୍ଡାର ରକ୍ଷକ ସତ୍ୟଜିତ୍ ନାୟକ, ଚପରାଶି
ରତିକାନ୍ତ ମହାନ୍ତି , ରବିନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଊପନିର୍ଦ୍ଦେଶକଙ୍କ
ନିରୀକ୍ଷଣ ପାଇଁ ନଥି ଊପସ୍ଥାପନ କରିବାରେ ସହଯୋଗ କରିଥିଲେ ।
ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକଙ୍କ ସମୀକ୍ଷା
|
December 28, 2022 |
