ସୂଚନା ଆଇନ ଅଧିକାରରେ ମାଗିଲେ ମିଳୁନି ତଥ୍ୟ

Spread the love

ଚଣ୍ଡିଖୋଲ, ୨୪/୦୭/୨୦୨୧ (ସନ୍ଧାନ ନିଉଜ) -ଯାଜପୁର ଜିଲ୍ଲା ସମବାୟ ସମିତି ସମୂହର ସହକାରୀ ନିବନ୍ଧଙ୍କ କାର୍ଯ୍ୟାଳୟ ସରକାରଙ୍କ ସୂଚନା ଆଇନ କୁ ମାନୁନଥିବା ଜଣାପଡିଛି .ସୂଚନା ମାଗିବାର ୩ ମାସ ବିତିଯାଇଥିଲେ ସୁଦ୍ଧା କାର୍ୟଳୟରୁ କୌଣସି ମତାମତ ମିଳୁନାହିଁ .ସରକାର ଜନସାଧାରଣଙ୍କ ସୁବିଧା ଓ ବିଭାଗରେ ସ୍ୱଚ୍ଛତା ଆଣିବା ପାଇଁ ସବୁ ବିଭାଗରେ ସୂଚନା ଆଇନ ପ୍ରଚଳିତ କରିଛନ୍ତି ,ଏହାକୁ ପ୍ରଦାନ କରିବାପାଇଁ ସବୁ କାର୍ଯ୍ୟାଳୟରେ ଜଣେ ସୂଚନା ଅଧିକାର ଅଫିସର ରହିଥାନ୍ତି ଓ ଆବେଦନକାରୀଙ୍କ ତଥ୍ୟ କୁ ଏକମାସ ମଧ୍ୟରେ ଦେବାର ନିୟମ ରହିଅଛି .ମାତ୍ର ଜିଲ୍ଲା ସମବାୟ ସମିତି ସମୂହର ସହକାରୀ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଯାଇଛି .ଉକ୍ତ ଅଫିସର ଲୋକ ସମ୍ପର୍କ ଅଧିକାରୀ ନିଜ ଇଛା ମୁତାବକ ସରକାରଙ୍କ ଏହି ଆଇନ କୁ ମାନୁଛନ୍ତି .ଏହି ବିଭାଗରେ ବାରମ୍ବାର ଦୁର୍ନିତୀ ହେବା ଘଟଣା ଜଣାଯିବା ପରେ ଚଣ୍ଡିଖୋଲ ର ହେମେଶ କୁମାର ଜେନା ତା ୧୮.୦୩.୨୦୧୧ ରିଖରେ କିଛି ତଥ୍ୟ ମାଗିଥିଲେ ମାତ୍ର ୪ ମାସରୁ ଉର୍ଧହେବାପରେ ମଧ୍ୟ ଆବେଦକାରୀଙ୍କୁ କୌଣସି ତଥ୍ୟ ମିଳୁନାହିଁ .ଶ୍ରୀ ଜେନା ଉକ୍ତ ଅଫିସ ର ମୁଖ୍ୟ କାର୍ଯ୍ୟନିର୍ଭୀ ଅଧିକାରୀ ଶରତ ମଲିକ କୁ ଭେଟି ଏହି ତଥ୍ୟ ମାଗିବାରୁ ସେ କୁହନ୍ତି ଆମ ସୂଚନା ଲୋକ ସଂର୍ପକ ଅଧିକାରୀ ଛୁଟିରେ ଅଛନ୍ତି ଆସିଲେ ଆପଣକୁ ମାଗିଥିବା ତଥ୍ୟ ମିଳିଯିବ ,ଏଥିରୁ ସ୍ପଷ୍ଟ ଜଣାଯାଉଛି ଏଇ କାର୍ଯ୍ୟାଳୟରେ ସୂଚନା ଅଧିକାର ନିୟମ କିପରି କାର୍ଯ୍ୟ କରୁଛି .ଏଠାରେ ପ୍ରଶ୍ନ ଉଠେ ତଥ୍ୟ ନଦେବାର କାରଣ କଣ ଦୁର୍ନିତୀ ପାଦରେ ପଡିଯିବା ଭୟରେ ନ ଅଧିକାରୀ ନିଜ ଇଚ୍ଛାମୂତାବକ ଆଇନ କୁ ବ୍ୟବହାର କରିବା .ଅଫିସ ର ଏହି ଭଳି କାର୍ଯ୍ୟକଳାପକୁ ସାଧାରଣରେ ନାପସନ୍ଦ କରିବା ସହ ଏଠି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଶ୍ରୀ ଜେନା ଦାବି କରିଛନ୍ତି .କେବଳ ଖାଲି ଏହି ଗୋଟିଏ କାର୍ଯ୍ୟାଳୟ ରେ ଜିଲ୍ଲା ର ବହୁ ବିଭାଗରେ ସୂଚନା ଆଇନ ଠିକ ଭାବେ କାର୍ଯ୍ୟକରୁନଥିବ ଜଣାପଡିଛି.

Related Posts

About The Author

Add Comment