ନୁଆଦିଲ୍ଲୀ,: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି । ଏ ନେଇ ସୂଚନା ଦେଇଛନ୍ତି ଏମ୍ସ ଅଧିକାରୀ । ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଜ୍ୱର ସଂକ୍ରମଣରୁ ବର୍ତ୍ତମାନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି। ଏବେ ସାମାନ୍ୟ ଦୁର୍ବଳତା ଅନୁଭବ କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଂ ଭେଣ୍ଟିଲେଟର ସହାୟତାରେ ନଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁସ୍ଥ ହେଉଥିଲା’। ଜ୍ୱର ଏବଂ ଦୁର୍ବଳତା ଅନୁଭବ କରିବା ପରେ ବୁଧବାର ସନ୍ଧ୍ୟାରେ ସିଂଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଗୁରୁବାର ସକାଳେ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ନୀତୀଶ ନାୟକଙ୍କ ନିର୍ଦ୍ଦେଶରେ ଡାକ୍ତରଙ୍କ ଏକ ଟିମ୍ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ସେ ତିନି ଦିନ ପୂର୍ବେ ଜ୍ୱରରେ ଆକ୍ରାନ୍ତ ହୋଇ ତାଙ୍କୁ ଏମ୍ସକୁ ନିଆଯାଇଥି । ସିଂ ଦ୍ୱିତୀୟ କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଚଳିତ ବର୍ଷ ଏପ୍ରିଲରେ କୋଭିଡ୍ ସଂକ୍ରମଣ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।//SANDHNANEWS
ସୁସ୍ଥ ହେଉଛନ୍ତି ପ୍ରଧାନମନ୍ତ୍ରୀ ମନମୋହନ ସିଂ
|
October 15, 2021 |