ରସୁଲପୁର,୮/୩ (ସନ୍ଧାନ ନିୟୁଜ) ରସୁଲପୁର ଓ ଯାଜପୁର ବ୍ଲକ ସୀମାରେ ଅବସ୍ଥିତ ଝାଲପଡା ପଂଚାୟତ କାକୁଡିକୁଦ,ନୀଳକଣ୍ଠପୁର ଗ୍ରାମର ସତ୍ୟସାଇ ଖେଳ ପଡିଆରେ ଗୋ-ମହାତୀର୍ଥ ନବରାତ୍ର ଉତ୍ସବ ଚଳିତମାସ ୧୧ତାରିଖରୁ ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀ ସୁରଭୀ ମହାଯଜ୍ଞ ଓ ଗୋ ମଙ୍ଗଲ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଏ ନେଇ ଆୟୋଜିତ ଆଲୋଚନା ବୈଠକରେ ୯ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞ ମହୋିତ୍ସବରେ ବହୁ ସାଧୁସନ୍ଥ ଓ ଧର୍ମଶାସ୍ତ୍ର ବିଶାରଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି । ଯଜେ୍ଞାତ୍ସବ ଅଙ୍କୁରାପୋଣ, କଳସ ଶୋଭାଯାତ୍ରା ଓ ଗୋ-ପୂଜରୁ ଆରମ୍ଭ ହୋଇ ବେଦପାଠ, ସୁରଭି ଯଜ୍ଞ, ପ୍ରଭାତଯଜ୍ଞ, ସମୂହ ଆରତୀ ଉତ୍ସବ, ସନ୍ଥମାନଙ୍କ ଦ୍ୱାରା ପ୍ରବଚନ, ସାମୂହିକ ପ୍ରାର୍ଥନା, ଯୋଗ ଶିବିର, ଗୋ-ମାତା ସମ୍ମିଳନୀ, ଗୋ-କୃଷି ଓ ଗୋ-ଗ୍ରାମ ପ୍ରଶିକ୍ଷଣ, ଗୋ-ବତ୍ସା ପାଠଶାଳା, ପଂଚଗବ୍ୟ କର୍ମଶାଳା, ଗୋ-ନାମ ସଂକୀର୍ତ୍ତନ, ମହାତୀର୍ଥ ପରିକ୍ରମା, ସପ୍ତଶତୀ ଚଣ୍ଡିପାଠ, ଭଗବତ୍ ଗୀତ ଓ ଗୋପଲୀଣା ପରାୟଣ, ଗୋ-ପଂଚାମୃତ ସେବନ, ଦଣ୍ଡବିଧି ସ୍ନାନ, ଗୋ-କବିତା ପାଠୋତ୍ସବ ଓ କୁଇଜ୍ ପ୍ରତିଯୋଗିତା, ଗୋଭକ୍ତ ସେବକ ସମ୍ବର୍ଦ୍ଧନା ଉତ୍ସବ ସହ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିୁତ ହେବ । ଏଥିସହ ଏହି ଅବସରରେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ସମସ୍ତ ପ୍ରସ୍ତୁତି ସରିଛି । ଯଜ୍ଞକୁ ଶାନ୍ତିଶୃଙ୍ଖଲାର ସହ ଶେଷ କରିବା ଦିଗରେ ପୋଲିସ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହେବ । ସେମାନଙ୍କ ପାଇଁ ପ୍ରସାଦ ସେବନ ଓ ରହିଣୀ ପାଇଁ ସମସ୍ତ ବନେ୍ଦାବସ୍ତ କରାଯାଇଛି ବୋଲି ଆୟୋଜକ ଗୋ-ମହାତୀର୍ଥ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Report- J Rout