ସୁରକ୍ଷିତ ଇଣ୍ଟରନେଟ ଦିବସ ଉପଲକ୍ଷେ ସଚେତନତା କାର୍ୟକ୍ରମ

Spread the love

ସମ୍ବଲପୁର(ସନ୍ଧାନ ନ୍ୟୁଜ)  : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଏସିଏସଟି କମ୍ପୁଟର ଏକାଡେମୀ ପକ୍ଷରୁ ସୁରକ୍ଷିତ ଇଣ୍ଟରନେଟ ଦିବସ ଉପଲକ୍ଷେ ସଚେତନତା କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସେଣ୍ଟର ପକ୍ଷରୁ ଜମନକିରା ଡିଗ୍ରୀ କଲେଜ ଓ ସେଣ୍ଟର ରେ ଏକ ସଚେତନତା କାର୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର, ସାଇବର ଅପରାଧରୁ ସତର୍କତା ଏବଂ ଅନଲାଇନ ଠକେଇରୁ କିପରି ବଞ୍ଚିବା। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର, ଅଜଣା ଲିଙ୍କ ଉପରେ କ୍ଲିକ୍ ନକରିବା, ବ୍ୟକ୍ତିଗତ ସୂଚନା ସେୟାର୍ ନକରିବା ଓ ସୋସିଆଲ ମିଡିଆର ସଚେତନ ବ୍ୟବହାର ବିଷୟରେ ଜଣାଇଥିଲେ। ସେହିପରି ସାଇବର ବୁଲିଙ୍ଗ, ଅନଲାଇନ ଗେମ୍ ଆସକ୍ତି ଓ ଡିଜିଟାଲ ଠକେଇର କୁପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା।ଅଭିଭାବକମାନଙ୍କୁ ନିଜ ସନ୍ତାନଙ୍କ ଅନଲାଇନ୍ କାର୍ୟକଳାପ ଉପରେ ନଜର ରଖିବାକୁ ଓ ସମୟ ସୀମା ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ୟକ୍ରମ ମାଧ୍ୟମରେ ସମାଜକୁ ସଚେତନ କରିବା ସହିତ ସୁରକ୍ଷିତ ଓ ଦାୟିତ୍ୱଶୀଳ ଡିଜିଟାଲ ଭବିଷ୍ୟତ ଗଢ଼ିବା ଉପରେ ପ୍ରୋଜେକ୍ଟର ମାଧ୍ୟମରେ ଏକ ଛୋଟ ପଦକ୍ଷେପ ନିଆଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ସୁଶାନ୍ତ ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଉତ୍କଳିକା ବହିଦାର, ସୁମତି ନାଏକ, ରୋହିତ ନାହରା, ପ୍ରଜ୍ଞା ବଡ଼ପଣ୍ଡା ସହଯୋଗ କରିଥିଲା। ସୁଶ୍ରୀ ମିଞ୍ଜ, ଶିବାନୀ ବାଘ, ସୁମିତ୍ରା ବାର୍ଲା ପ୍ରମୁଖ ଦେଖ ରେଖ କରିଥିଲେ।

Related Posts

About The Author

Add Comment