ସୁଭଦ୍ରା ଯୋଜନାରୁ ଧରାପଡ଼ିଲା ଭତ୍ତା କେଳାଙ୍କାରୀ

Spread the love

ପୁରୀ/ସନ୍ଧାନ ନ୍ୟୁଜ: ରାଜ୍ୟରେ ଭତ୍ତା ଓ ରାସନ ବଣ୍ଟନରେ କେଳେଙ୍କାରୀ ଚାଲିଥିବା ବିଭିନ୍ନ ମହଲରୁ ପ୍ରାୟ ସବୁ ବେଳେ ଅଭିଯୋଗ ହୋଇଆସିଛି । ହେଲେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଫଳରେ ବର୍ଷ ବର୍ଷ ଧରି ଏହି କେଳେଙ୍କାରୀ ଚାଲିଛି । ତେବେ ସୁଭଦ୍ରା ଯୋଜନା ଆସିବା ପରେ ଭତ୍ତା କେଳେଙ୍କାରୀ ପଦାରେ ପଡ଼ିବାରେ ଲାଗିଛି । ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଘଟଣା । ନିଜକୁ ୬୦ ବର୍ଷରୁ ଅଧିକ କହି ଭତ୍ତା ନେଉଥିବା ଦୁଇ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବା ପରେ ଭତ୍ତା ପ୍ରଦାନରେ ଚାଲିଥିବା କେଳେଙ୍କାରୀ ପଦାରେ ପଡ଼ିଛି ।ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳୀ ପଞ୍ଚାୟତ ବାଲି ଉପର ଗାଁର ମନୋରମା ମହାନ୍ତି ଓ ଶୋହଣା ଶାସନର ମମତା ମିଶ୍ର । ଉଭୟେ ନିଜର ବୟସ ୬୦ରୁ ଅଧିକ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଆଉ ଏବେ ଆଧାର କାର୍ଡରେ ଥିବା ବୟସ ଦେଖାଇ ସୁଭଦ୍ରା ଟଙ୍କା ପାଇଛନ୍ତି । କେବଳ ଏହି ଦୁଇ ଜଣ ନୁହନ୍ତି, ଦେସ୍ଥଳୀ ପଞ୍ଚାୟତର ୨୧ ଜଣ ଏଭଳି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଅଭିଯୋଗ ଅନୁସାରେ, ୨୦୨୨ ମସିହା ଭୋଟର ତାଲିକାରେ ଯେଉଁମାନଙ୍କୁ ୬୦ ପୂରିବାକୁ ଆହୁରି ୧୦ରୁ ୧୨ ବର୍ଷ ଥିଲା, ସେମାନେ ୨୦୨୪ ମସିହା ଭୋଟର ତାଲିକାରେ ନିଜକୁ ୬୫ରୁ ୭୦ ବର୍ଷ ଦର୍ଶାଇ ଭତ୍ତା ପାଉଛନ୍ତି । ହେଲେ ଏହାକୁ ବିଡିଓ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ଏନେଇ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି, ଦୁର୍ନୀତିରେ ସଂପୃକ୍ତ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର ବିଡିଓ ଛବିରାଣୀ ସାହୁ ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

Related Posts

About The Author

Add Comment