ସୁପ୍ରତିଭା ଓ ଗୁଞ୍ଜ ପକ୍ଷରୁ କରୋନା ମହାମାରୀ ସମୟରେ ସେଵାକାର୍ଯ୍ୟ ସାଧାରଣରେ ଉଚ୍ଚ ପ୍ରସଂଶା

Spread the love
କଟକ, ୨୨/୦୬/୨୦୨୧ (ସନ୍ଧାନ ନିଉଜ) – ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ସୁପ୍ରତିଭା ଓ ନୂଆଦିଲ୍ଲୀ ସ୍ଥିତ ଗୁଞ୍ଜ ମିଳିତ ସହଯୋଗରେ  ରାହତ କୋଭିଡି ୧୯ ପ୍ରକଳ୍ପ ଦ୍ୱାରା କଟକ ଜିଲ୍ଲା ନୂଆପଡା ବାଲିସାହିରେ ରହୁଥିବା ପାଖାପାଖି ୧୪୦ରୁ ଉର୍ଦ୍ଧ୍ବ ଗରିବ ଲୋକ ମାନଙ୍କୁ ଚାଉଳ,ଅଟା,ଡାଲି,ଲୁଣ,ତେଲ,ଚିନି ଇତ୍ୟାଦି ରାସନ ସାମଗ୍ରୀ ସହ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା। ଏହି କାର୍ଯକ୍ରମରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବାବେଳେ ଏଫ.ପି.ର.ଏ.ର ସମ୍ପାଦିକା ଲିପ୍ସା ମହାପIତ୍ର ଓ ସୁପ୍ରତିଭାର ସମ୍ପାଦକ ବିକାଶ ମହାପାତ୍ରଙ୍କ ଆହ୍ୱାନ କ୍ରମେ ସୁପ୍ରତିଭାର କାର୍ଯ୍ୟକାରିଣୀ ସଦସ୍ୟା ଜାଜ୍ଞସେନି ନାୟକ,ଶଶିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାଛଡା ସେହି ଅଞ୍ଚଳର ମୌଳିକ ସୁବିଧାକୁ ଆଖିଆଗରେ ରଖି ଆଗାମୀ ଭବିଷ୍ୟତରେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟ,ଶିକ୍ଷା,ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଅନୁଷ୍ଠାନର ସମ୍ପାଦକ ମତବ୍ୟକ୍ତ କରିଛନ୍ତି I ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାହତ କୋଭିଡି ୧୯ ପ୍ରକଳ୍ପ ଦ୍ୱାରା ସୁପ୍ରତିଭା ଅନୁଷ୍ଠାନ ରାଜ୍ୟରେ ୭୨୮ ଗରିବ ଲୋକଙ୍କୁ ରାସନ, ସ୍ୱଚ୍ଛତା କିଟ୍,୨୦୦ ପରିବାରକୁ ପନିପରିବା ମଞ୍ଜି ଓ ୪୧୨ ପରିବାରକୁ ବିଭିନ୍ନ ପ୍ରକାରର ଫଳଗଛ ବଣ୍ଟନ କରାଯାଇଛି I

Related Posts

About The Author

Add Comment